ଯାଜପୁର,୧୭/୦୯(ପିପିଟି):ଭୋର ପ୍ରାୟ ୪ ଟା ବେଳେ ବାଲି ବୋଝେଇ ଏକ ଟ୍ରକ ଭାରସାମ୍ୟ ହରାଇ ଏନସି କଲେଜ ଦୋକାନ ଉପରେ ଓଲଟି ପଡିଛି । ଏହି ଦୁର୍ଘଟଣା ଫଳରେ ଦୋକାନ ଭିତରେ ଶୋଇଥିବା ମାଲିକ ଅଳ୍ପକେ ବର୍ତ୍ତୀ ଯାଇଥିବା ଜଣା ଯାଇଛି । ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଦୋକାନ ଭିତରେ ଫସି ରହିଥିବା ମାଲିକଙ୍କୁ ଉଦ୍ଧାର କରିଥିଲେ । ଆଜକୁ ଦୀର୍ଘଦିନ ହେଲା ଏହି ରାସ୍ତାରେ ବାଲି ପରିବହନ ହେଉଥିଲା ବେଳେ ଡ୍ରାଇଭରଙ୍କ ବେପରୁଆ ଗାଡିଚାଳନା ଦୁର୍ଘଟଣାର କାରଣ ହେଉଛି । ଅପରପକ୍ଷେ ଓଭର ଲୋଡ଼ ଫଳରେ ଡ୍ରାଇଭର ଗାଡି ଉପରୁ ନିୟନ୍ତ୍ରଣ ହରାଉଛନ୍ତି । ହେଲେ ଏଥିପ୍ରତି ପ୍ରଶାସନ ଗୁରୁତ୍ୱ ନଦେଇ ଚୁପ ବସିଥିବା ଅଭିଯୋଗ ବହୁ ପୁରୁଣା ।
(ରିପୋର୍ଟ- ଅକ୍ଷୟ କୁମାର ରାଉତ।)