ପୋଲସରା ଠାରେ ୩୯୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଲେ।

0 271

ପୋଲସରା ୧୫/୦୯(ପିପିଟି) :ପୋଲସରା ସରସ୍ଵତୀ ଶିଶୁ ବିହାର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସମ୍ବାଦ – ଆମ ଓଡ଼ିଶା ପକ୍ଷରୁ ରାଜ୍ୟ ସ୍ତରୀୟ ଚିତ୍ରାଙ୍କନ ୧୫୧, ସୁନ୍ଦର ହସ୍ତାକ୍ଷର ୧୮୦, ଓ ଭାଷାଜ୍ଞାନ ପ୍ରବନ୍ଧ ୬୪ ଜଣଙ୍କୁ ନେଇ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିରେ ମୋଟ ୩୯୫ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ।ପୁରସ୍କାର ବିତରଣ ଉତ୍ସବରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଗୁରୁଜୀ ସନ୍ତୋଷ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଉତ୍ସବରେ ଓଡ଼ିଆ ଭାଷା ସାହିତ୍ୟରେ ମୌଳିକତାକୁ ସୁସ୍ପଷ୍ଟ କରିବାପାଇଁ ଓଡ଼ିଶାର ଅଗ୍ରଣୀ “ସମ୍ବାଦ” ପତ୍ରିକାର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଚେଷ୍ଟା ବଳରେ ସ୍କୁଲ, କଲେଜ ର ଛାତ୍ର/ଛାତ୍ରୀମାନେ ନିଃଭୁଲ ଭାବେ ଲେଖି,ପଢ଼ି ପାରୁଛନ୍ତି ,ସମସ୍ତଙ୍କ ପାଇଁ ଦକ୍ଷତା ଏକ ହୋଇପାରିଛି ।ମୁଖ୍ୟ ଅତିଥି ଭାବେ ସମ୍ବାଦ ସାହିତ୍ୟ ଘରର ସଭାପତି କୁଳମଣି ସାହୁ ଯୋଗଦେଇ ସମ୍ବାଦର ଅର୍ଥ ବାର୍ତ୍ତା ବା ସନ୍ଦେଶ।ଏହିସବୁ କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ବାଦ ଆମକୁ ସନ୍ଦେଶ ଦେଉଛି ଯେ ମାତୃଭାଷା, ମାତୃଭୂମି ଉଭୟ ମାଆ ସମାନ।ଏହାରସୁରକ୍ଷା ଓ ସମୃଦ୍ଧି ଦିଗରେ କାର୍ଯ୍ୟ କରିବା ଆମ ସମସ୍ତଙ୍କର ପ୍ରାଥମିକ କର୍ତ୍ତବ୍ୟ । ଅତିଥି ପରିଚୟ ଓଁ ପ୍ରକାଶ ଗୁପ୍ତା, ଅମୀୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିବା ସହ କାର୍ଯ୍ୟକ୍ରମକୁ ମନୋଜ କୁମାର ସାହୁ ସଂଯୋଜନା କରିଥିଲେ ।ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ସମ୍ପାଦକ ଦୂର୍ଗା ପ୍ରସାଦ ମହାପାତ୍ର , ଯୁଗ୍ମ ସଂପାଦକ ଅରୁଣ ଜେନା, ଉପଦେଷ୍ଟା ବିଭୂତି ଭୂଷଣ ପାତ୍ର, ସୁଦୀପ୍ତ ମୋହନ ପଟ୍ଟନାୟକ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ରାଧାଶ୍ୟାମ ପଣ୍ଡା, ଅମ ରଞ୍ଜନ ପାତ୍ର, ସନ୍ତୋଷ ଆଚାରୀ ଉପସ୍ଥିତ ଥିଲେ।ସମ୍ବାଦ ସାହିତ୍ୟ ଘରର ସଭାପତି କୁଳମଣି ସାହୁ ପ୍ରଶ୍ନପତ୍ର ଉନ୍ମୋଚନ କରିବାସହ ବିଚାରକ ରହିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ମନୋଜ କୁମାର ସାହୁ, ସଦାଶିବ ନାୟକ , ସନ୍ତୋଷ କୁମାର ସାହୁ,ଚିତ୍ରାଙ୍କନରେ ପ୍ରତାପ ପଟ୍ଟନାୟକ, ଜଗବନ୍ଧୁ ମହାରଣା ସମେତ ସମସ୍ତ ଗୁରୁ ମା, ଗୁରୁଜୀ ମାନେ ସହଯୋଗ କରିଥିଲେ।ଆଜିର ଚିତ୍ରାଙ୍କନ ପ୍ରତିଯୋଗିତାରେ ସମୀର କମଲ ସାହୁ ( ପ୍ରଥମ) ଏମ ଏସ ଭି ପବ୍ଲିକ ସ୍କୁଲ,, ବିଶ୍ୱେଶ୍ୱର ପାତ୍ର ( ଦ୍ଵିତୀୟ) ଏମ ଏସ ଭି ପବ୍ଲିକ ସ୍କୁଲ, ସାଇ ଶ୍ରଦ୍ଧା ପାଣିଗ୍ରାହୀ,( ତୃତୀୟ) ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଓଡ଼ିଆ ହସ୍ତାକ୍ଷର ପ୍ରତିଯୋଗିତାରେ ଏସ . ଶୁଭଲକ୍ଷ୍ମୀ ପୃଷ୍ଟୀ ( ପ୍ରଥମ) ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ସନ୍ଧ୍ୟା ମହାରଣା ( ଦ୍ଵିତୀୟ)ଲିଙ୍ଗରାଜ ବାଳିକା ଉଚ୍ଚ ବିଦ୍ୟାଳୟ, ରଚନା ପାଣି ( ତୃତୀୟ) ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିମିନା, ଭାଷା ଜ୍ଞାନ ଓ ପ୍ରବନ୍ଧରେ ଆକାଂକ୍ଷା ମୁଦୁଲି ( ପ୍ରଥମ) ଲିଙ୍ଗରାଜ ବାଳିକା ଉଚ୍ଚ ବିଦ୍ୟାଳୟ , ନନ୍ଦିନୀ ପ୍ରଧାନ ( ଦ୍ଵିତୀୟ) ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଦିପ୍ତିମୟୀ ଶତପଥୀ ( ତୃତୀୟ) ଲିଙ୍ଗରାଜ ବାଳିକା ଉଚ୍ଚ ବିଦ୍ୟାଳୟ। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୂମା ଓ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.