ଅଜଣା ଗାଡ଼ି ଧକ୍କାରେ ଯୁବକ ଗୁରୁତର; ଚିକିତ୍ସା ସୁବିଧା ଯୋଗାଇଲେ ବିଧାୟକ ।

0 764

ଭଞ୍ଜନଗର, ୦୬/୦୯(ପିପିଟି) :ଭଞ୍ଜନଗର ଥାନା ଅଧୀନ କୁଲାଡ ରାସ୍ତାର ଭେରେଡା ଓ ସାହାଣ ପଲ୍ଲୀ ମଝିରେ ଏକ ଦୁର୍ଘଟଣା ଘଟି ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣକ ହେଲେ ତାରସିଙ୍ଗ ଥାନା ଟାଙ୍ଗଣ ଗ୍ରାମର ପ୍ରଶାନ୍ତ ପ୍ରଧାନଙ୍କ ପୁଅ ରାଜୀବ ଲୋଚନ ପ୍ରଧାନ(୨୬)। ଆଜି ସନ୍ଧ୍ୟା ସମୟରେ ରାଜୀବ ଭଞ୍ଜନଗରରୁ ନିଜ ଗ୍ରାମକୁ ଫେରୁଥିବା ବେଳେ ଭେରେଡ଼ା ଓ ସାହାଣ ପଲ୍ଲୀ ମଝିରେ ଏକ ଅଜଣା ଗାଡ଼ି ଧକ୍କା ଦେଇ ଚାଲି ଯାଇଥିଲା। ସ୍ଥାନୀୟ ଲୋକ ଉଦ୍ଧାର କରି ମେଡିକାଲ ରେ ଭର୍ତ୍ତି କରିଥିବା ବେଳେ ଅବସ୍ଥା ଗୁରୁତର ରହିଥିବାରୁ ଡାକ୍ତର ବଡ଼ ମେଡ଼ିକାଲକୁ ରେଫର କରିଥିଲେ। ଖବର ପାଇ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ଚିକିତ୍ସା ବ୍ୟବସ୍ଥା କରିବା ସହ ଉନ୍ନତ ଚିକିତ୍ସା ପାଇଁ ବଡ଼ ମେଡିକାଲ ପଠାଇବା ବ୍ୟବସ୍ଥା କରିଥିଲେ।

ରିପୋର୍ଟ- (ଜେ. କେ ପଟ୍ଟନାୟକ)

Leave A Reply

Your email address will not be published.