ସୁବର୍ଣ୍ଣପୁର ,୩୦/୦୮(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲାରେ ଓଡିଶା ସରକାରଙ୍କ ମହିଳା ବିକାଶ ପାଇଁ ମହତ୍ୱାକାଂକ୍ଷୀ ଯୋଜନା ସୁଭଦ୍ରା ର ସଫଳ ରୂପାୟନ ପାଇଁ ଜିଲ୍ଲାପାଳ ଙ୍କ ସଭାଗୃହରେ ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାରେ ଏହି ଯୁଗାନ୍ତକାରୀ ଯୋଜନାରେ ଯୋଗ୍ୟ ମହିଳା ହିତାଧିକାରୀ ମାନେ ସଚେତନ ହୋଇ ବହୁ ମାତ୍ରାରେ କିଭଳି ଯୋଗ ଦେଇ ପାରିବେ ତା ଉପରେ ବିଶଦ ଆଲୋଚନା ହୋଇଥିଲା l ମହିଳା ଓ ଶିଶୁ ବିକାଶ ଅଧୀନରେ ଅଙ୍ଗନବାଡି କର୍ମୀ ମାନେ ଘର ଘର ଯାଇ ୨୧ ରୁ ୬୦ ବର୍ଷ ପର୍ଯ୍ୟନ୍ତ ଯୋଗ୍ୟ ମହିଳା ହିତାଧିକାରୀ ଚି଼ହ୍ନଟ କରିବା ସହ ଆବଶ୍ୟକ ଆବେଦନ ଫର୍ମ ମାଗଣାରେ ଯୋଗାଇଦେବେ l ପୁନଶ୍ଚ ନିକଟସ୍ଥ ସହଜ ସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ର ରେ ମଧ୍ୟ ଆବେଦନ ଫର୍ମ ମାଗଣାରେ ଉପଲବ୍ଧ ହେବ l ଆବେଦନ ପାଇଁ ଆଧାର କାର୍ଡ ଅନିବାର୍ଯ୍ୟ ରହିଥିବା ବେଳେ ହିତାଧିକାରୀଙ୍କ ଆଧାର କାର୍ଡ କୁ ମୋବାଇଲ ସହିତ ଲିଙ୍କ କରାଯିବ l ଡିବିଟି ମାଧ୍ୟମରେ ମହିଳା ମାନଙ୍କ ଆକାଉଣ୍ଟ କୁ ସିଧାସଳଖ ବାର୍ଷିକ ୧୦,୦୦୦ ଟଙ୍କା ପଠାଯିବ l ଯେଉଁ ମହିଳା ମାନଙ୍କ ଆଧାର କାର୍ଡ, ବେଙ୍କ ଆକାଉଣ୍ଟ ଇତ୍ୟାଦି ନାହିଁ ସେମାନେ ନିଜ ବ୍ଲକରେ ତଥା ଅନୁଷ୍ଠିତ ନିକଟସ୍ଥ ଆଧାର କେମ୍ପର ସ୍ୱତନ୍ତ୍ର ଶିବିର ରେ ଏହାର ଆବଶ୍ୟକ ସୁବିଧା ନେଇପାରିବେ l ଘରେ ଘରେ ଏହି ଯୋଜନାର ଲାଭ ପହଞ୍ଚାଇବା ପାଇଁ ବ୍ୟାପକ ପ୍ରଚାର ପ୍ରସାର କରାଯିବ l ବିନା ହଇରାଣ ହରକତରେ ଏବଂ କୌଣସି ମଧ୍ୟସ୍ଥି ଦଲାଲ ହାବୁଡ଼ରେ ନପଡ଼ି ଏହି ମହତ୍ୱକାଂକ୍ଷୀ ଯୋଜନାର ଲାଭ କିଭଳି ଜିଲ୍ଲାର ସବୁ ଯୋଗ୍ୟ ମହିଳା ପାଇପାରିବେ ଏଥି ପ୍ରତି ସ୍ୱତନ୍ତ୍ର ଯତ୍ନବାନ ହେବା ପାଇଁ ଜିଲ୍ଲାପାଳ ସମସ୍ତ ଉପସ୍ଥିତ ଅଧିକାରୀ ମାନଙ୍କୁ ଅନୁରୋଧ କରିଥିଲେ। ଏହି ଯୋଜନା ଯେପରି ସମସ୍ତ ହିତାଧିକାରୀ ନିଶ୍ଚିତ ପାଇପାରିବେ ସେଥି ନିମନ୍ତେ ଜିଲ୍ଲାର ବିଭିନ୍ନ ବିଭାଗକୁ ନେଇ କାର୍ଯ୍ୟକାରିତାର ସଫଳତା ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଛି। ଆଜିର ଏହି ବୈଠକରେ ଜିଲ୍ଳା ଆରକ୍ଷୀ ଅଧିକ୍ଷକ ୟସ ପ୍ରତାପ ଶ୍ରୀମଲ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଶ୍ରୀମତୀ ଅଞ୍ଜଳିନା ପ୍ରଧାନ, ଜିଲ୍ଳା ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ୱିନୀ କୁମାର ମେହେର, ଉପ -ଜିଲ୍ଲାପାଳ ସୋନପୁର ସୂରଜ କୁମାର ପଟ୍ଟନାୟକ, ଉପଜିଲ୍ଲାପାଳ ବୀରମହାରାଜପୁର ଲଲାଟେନ୍ଦୁ ସି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅନୁପମା ପଣ୍ଡା, ମୁଖ୍ୟ ପ୍ରବନ୍ଧକ ଏସ ବି ଆଇ ଲକ୍ଷ୍ମଣ କୁମାର ମାଝୀ, ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ୱିନୀ ଭୋଇ ସମେତ ସମସ୍ତ ବି ଡି ଓ ତହସିଲଦାର, ସି ଡି ପି ଓ ତଥା ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ l
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ