ଚାକିରି ଦେବା ନାମରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ସସ୍ମିତା ମାଝୀ ଗିରଫ ।

0 290

ମାଲକାନଗିରି,୨୬/୮(ପିପିଟି) :ଚାକିରି କରେଇ ଦେବା ନାମରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ମାଥିଲି ପୋଲିସ ଅଭିଯୁକ୍ତ ରମେଶ ଚନ୍ଦ୍ର ରାଉତଙ୍କୁ ଭୁବନେଶ୍ବରରୁ ଗିରଫ କରିଥିଲା ବେଳେ ବର୍ତ୍ତମାନ ମାଥିଲି ଜୋନ-୩ ଜିଲ୍ଲା ପରିଷଦ ସଭ୍ଯା ସସ୍ମିତା ମାଝୀ ଙ୍କୁ ଜଗତସିଂହ ପୁରରୁ ଗିରଫ କରିବାରେ ସକ୍ଷମ ହୋଇଛି ।
ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ ମାଥିଲି ଜୋନ -୩ ର ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀ ବିଭିନ୍ନ ବିଭାଗରେ ଚାକିରି କରାଇଦେବି ବୋଲି ମିଛ ଆଶ୍ୱାସନା ଦେଇ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ଦେଇଥିବା ଅଭିଯୋଗ ହୋଇଥିଲା ପାଣ୍ଡିଆନଙ୍କ ଶାଳା ତଥା ସୁଜାତା କାର୍ତ୍ତିକେୟନଙ୍କ ଭାଇ ରମେଶ ଚନ୍ଦ୍ର ରାଉତଙ୍କ ସହ ଭଲ ସମ୍ପର୍କ ରହିଛି । ସରକାରୀ ଚାକିରି କିମ୍ଵା ଅନ୍ୟ କୌଣସି କାମ ଥିଲେ ମୁଁ କରାଇ ଦେବି ବୋଲି ଶ୍ରୀମତୀ ମାଝୀ ଲୋକଙ୍କୁ କହି ଲକ୍ଷାଧିକ ଟଙ୍କା ଆଦାୟ କରୁଥିଲେ । ଏଭଳିକି ସରକାରୀ କର୍ମଚାରୀମାନଙ୍କୁ ମଧ୍ୟ ବଦଳି କରାଇଦେବି କହି ଡରାଇ ଧମକାଇ ଟଙ୍କା ଆଦାୟ କରୁଥିବା ମଧ୍ୟ ଅଭିଯୋଗ ହୋଇଛି।ତୁମେ ସୁଜାତା କାର୍ତ୍ତିକେୟାନଙ୍କ ଭାଇ ତଥା ପାଣ୍ଡିଆନଙ୍କ ଶଳା ରମେଶ ରାଉତଙ୍କ ନାମରେ ଥିବା ବ୍ୟାଙ୍କ ଏକାଉଣ୍ଟରେ ଟଙ୍କା ଦେବା ପାଇଁ ମାଥିଲିର ସୁନା ବ୍ୟବସାୟୀ କାର୍ତ୍ତିକ ରାୟଙ୍କୁ ଶ୍ରୀମତୀ ମାଝୀ କହିଥିଲେ । ତାଙ୍କ କଥାରେ ବିଶ୍ୱାସ କରି କାର୍ତ୍ତିକ ରାୟ ବିଭିନ୍ନ ସମୟରେ ୨୬ ଲକ୍ଷ ୨୦ ହଜାର ଟଙ୍କା ପଠାଇଥିଲେ । ବିଜେଡି ସରକାର ଥିବା ସମୟରେ କିଛି କାମ ନ ହେବାରୁ ରାୟଙ୍କୁ ସନ୍ଦେହ ହେବାରୁ ଟଙ୍କା ଫେରସ୍ତ କରିବା ପାଇଁ ଶ୍ରୀମତୀ ମାଝିଙ୍କୁ ବାରମ୍ବାର କହିବା ସତ୍ତ୍ୱେ ବି ଟଙ୍କା ଫେରସ୍ତ କରିବା ବଦଳରେ ରାୟଙ୍କୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି । ଶେଷରେ କୌଣସି ଉପାୟ ନ ପାଇଁ ରାୟ ମାଥିଲି ଥାନାରେ ଶ୍ରୀମତୀ ମାଝିଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ। ସେହିଭଳି ମାଥିଲିର ରବି ପୁହାଣଙ୍କ ପୁଅଙ୍କୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଚାକିରି କରାଇଦେବି କହି ରମେଶ ରାଉତଙ୍କ ବ୍ୟାଙ୍କ ଏକାଉଣ୍ଟକୁ ଏବଂ ଶ୍ରୀମତୀ ମାଝିଙ୍କୁ ନଗଦ ଟଙ୍କା ଆକାରରେ ସମୁଦାୟ ୭ ଲକ୍ଷ ୩୦ ହଜାର ଟଙ୍କା ଠକି ନେଇଥିବା ଜଣାପଡିଛି । ଶ୍ରୀ ପୁହାଣ ମଧ୍ୟ ଶ୍ରୀମତୀ ମାଝିଙ୍କ ବିରୋଧରେ ମାଥିଲି ଥାନାରେ ଅଭିଯୋଗ କରିଥିଲେ। ମାଥିଲି ଥାନାରେ ତା ୧୯/୮/ ୨୦୨୪ କେସ ନମ୍ବର ୧୬୬/୨୪ ରେ ମମଲା ରୁଜୁ ହୋଇଛି । ସେହିଭଳି ମାଥିଲି ବ୍ଲକ ବିଜେଡିର ଆଗ ଧାଡ଼ିର ନେତା ବୋଲାଉଥିବା ଜୀବନ ସାହୁ ଯୋଗାଣ ଅଧିକାରୀ ଚାକିରି କରାଇଦେବି କହି ମାଥିଲିର ହରେଶ ନାମକ ଯୁବକଙ୍କ ଠାରୁ ୧୦ ଲକ୍ଷ ୧୦ ହଜାର ଟଙ୍କା ଠକି ନେଇଥିବା ବିଷୟ ମାଥିଲି ଥାନାରେ ଅଭିଯୋଗ ହୋଇଛି । ବିଜେଡି ସରକାର ପରିବର୍ତ୍ତନ ହେବା ପରେ ଠକାମିର ଶିକାର ହୋଇଥିବା ଲୋକମାନଙ୍କୁ ଭୁଆଁ ବୁଲାଇ ଏମାନେ ଧରା ଛୁଆଁ ଦେଉ ନ ଥିଲା ବେଳେ ଶେଷରେ ବାଧ୍ୟ ହୋଇ କେସ ରୁଜୁ କରିବା ପରେ ମୁଖ୍ୟ ଆସାମୀ ପାଣ୍ଡିଆନଙ୍କ ଶଳା ତଥା ସୁଜାତା କାର୍ତ୍ତିକେୟାନଙ୍କ ଭାଇ ବୋଲି ନକଲି ପରିଚୟ ଦେଇଥିବା ଠକ ରମେଶ ଚନ୍ଦ୍ର ରାଉତଙ୍କୁ ଗତ ୨୩ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲାର ବାଳକାଟି ଫାଣ୍ଡି ଅଧିନସ୍ଥ ଜଗନ୍ନାଥ କଲୋନୀରେ ରହୁଥିବା ଜାଣି ପାରି ମାଥିଲି ପୋଲିସ ରାଉତକୁ ଗିରଫ କରି ମାଥିଲି ଆଣିଥିଲାରେ ସକ୍ଷମ ହୋଇଥିଲା । ରବିବାର ଦିନ ଅଭିଯୁକ୍ତ ରମେଶ ରାଉତକୁ ଜେଲ ହାଜତକୁ ପଠାଇଥିଲା ବେଳେ ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀ ଙ୍କୁ ମାଥିଲି ପୋଲିସ ଜଗତସିଂହପୁର ରୁ ଗିରଫ କରିଛି। ବର୍ତ୍ତମାନ ଅନ୍ୟ ଜଣେ ଅଭିଯୁକ୍ତ ଜୀବନ ସାହୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇ ଫେରାର ରହିଛି। ପ୍ରକାଶ ଥାଉ କି ଜନ ବିରୋଧୀ କାର୍ଯ୍ୟ ରେ ସଂପୃକ୍ତ ଥିବାରୁ ବିଜେଡି ସସ୍ମିତା ମାଝୀଙ୍କୁ ଦଳରୁ ବହିଷ୍କୃତ କରାଯାଇଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.