ଭଲ ଲୋକ ହେବି ବୋଲି
ମୁଁ ମଦ ପାନ କରିନି….
ଜୁଆ ଖେଳି ନି
ଝିଅ ପଛରେ ଗୋଡାଇ ନି
କି ମିଛ କହି ନାହିଁ…..!!
ମଦ ପିଉନି ବୋଲି
ବହୁ ମଦୁଆ ମୋତେ ଦେଖି
ଈର୍ଷା କରନ୍ତି/ସମାଲୋଚନା କରନ୍ତି
ଆଉ ବିପକ୍ଷରେ ପଛରେ
ଗପନ୍ତି ଅଭଦ୍ର ତୁଣ୍ଡରେ….!!
ଝିଅମାନେ ମଧ୍ୟ
ଭଲ ପାଇବାର ଫାଶରେ
ପକାଇବା ପ୍ରୟାସ କରି କରି
ବିଫଳ ହେଲା ପରେ
ମୁଁ ଅଣ ପୁରୁଷା ତାଲିକାଭୁକ୍ତ…..!!
ସତ କହୁଚି ବୋଲି
ମୋର ଶତ୍ରୁ ସଂଖ୍ୟା ବେଶି
ମିଥ୍ୟାବାଦୀମାନେ
ଚାଟୁକାର କରି କରି
ସବୁ ସୁଖ ସୁବିଧାର ଅଧିକାରୀ….!!
ଚୋରୀର ସଂଜ୍ଞା ଅନେକ
ଲାଞ୍ଚ ନେଉଥିବା
ସରକାରୀ ବାବୁମାନେ
ଦିନ ଦିବସରେ କରନ୍ତି ଡକାୟତ
କରି ପୂଜିତ ବନ୍ଦିତ….
ଆଉ ଶାଗ ଚୋରକୁ ଜଲେ
ନେତା ମନ୍ତ୍ରୀ ଯନ୍ତ୍ରୀ ସବୁ
ଅରୁଆ ଚାଉଳ ଦୂବ….!!
ଏଥିରୁ ମୁଁ ଊର୍ଦ୍ଧ୍ଵରେ ବୋଲି
ଯୁଗକୁ ତାଳ ଦେଇ
ଆଣ୍ଠେଇ ପଡ଼ିଛି ଅଧା ବାଟରେ
ମୋ ବାପା ଜେଜେଙ୍କ
ମାଟି ଘରଟା ମାଟି…..!!
ଭଲ ଲୋକ ହେବି ବୋଲି
ସବୁ କୁପଥ ଗମନ ବନ୍ଦ
ତାମସିକ କର୍ମ ବନ୍ଦ
ସତ୍ ମାର୍ଗିହୋଇ
ଏକ ଘରିଆ/ଅଲୋଡା
ଅଖୋଜା/ଲୋକ ଗହଳିରେ ଥାଇ
ମୁଁ ନିର୍ବାସିତ…..!!
ସତରେ
ଭଲ ମଣିଷର ସଂଜ୍ଞା
ସମୀକ୍ଷା କରି କରି ମୁଁ
ବିବ୍ରତ/ବିଚଳିତ
ସବୁଠି ଘୃଣିତ
ସଫଳତା ବୋଲି ଯାହା କୁହାଯାଏ
ସେହି ହିସାବରେ ମୁଁ
ଗଣିତା ନୁହେଁ…..!!
ଏଠି ଭଲ ଲୋକର ସଂଜ୍ଞା ହେଲା
ସବୁ କୁକର୍ମ କରି
ସଭିଙ୍କ ଆଖି ରେ ଧୂଳି
ଫୋପାଡି/ସମୟ ସହ ତାଳ ଦେଇ
ଆଗକୁ ମାଡି ଯିବା….!!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭