ସିଜିଏମ କୋର୍ଟ କର୍ମଚାରୀଙ୍କ ଦେହାନ୍ତ,ସୋନପୁରରେ ଶୋକ ।

0 181

ସୁବର୍ଣ୍ଣପୁର ,୦୬/୦୧(ପିପିଟି) : ସୁବର୍ଣ୍ଣପୁର ସିଜିଏମ କୋର୍ଟ ର ସିନିୟର୍ ଟାଇପିଷ୍ଟ ଜୟ ପ୍ରକାଶ ମିଶ୍ର ଙ୍କ ଆଜି ୫୨ ବର୍ଷ ବୟସରେ ଦେହାନ୍ତ ଘଟିଛି l ଏ ଖବର ପ୍ରସାରିତ ହେବା ପରେ ସକାଳେ ସୋନପୁର ସହର ରେ ଶୋକ ର ଛାୟା ଖେଳି ଯାଇଥିବା ବେଳେ ଜିଲ୍ଲାପାଳ ବାସ ଭବନ ନିକଟ ଚାରି ଛକ ରେ ଥିବା ଶ୍ରୀ ମିଶ୍ର ଙ୍କ ବାସ ଭବନ ଆଗ ରେ ଶେଷ ଦର୍ଶନ ପାଇଁ ଆଜି ସକାଳେ ବର୍ଷା ସତ୍ତ୍ୱେ ଜୁଡ଼ି ସିଆଲ କର୍ମଚାରୀ, ଓକିଲ, ସ୍ୱେଚ୍ଛାସେବୀ, ସମ୍ପର୍କୀୟ ଓ ଶୁଭେଛୁ ଙ୍କ ଭିଡ଼ ଲାଗି ରହିଥିଲା l ମୃତ୍ୟୁ ଶଯ୍ୟା ନିକଟରେ ଶ୍ରୀ ମିଶ୍ର ଙ୍କ ବଡ ବାପା ଙ୍କ ପରିବାର, ବାପା ଅନନ୍ତ ରାମ୍ ମିଶ୍ର, କାକା ଚିତ୍ତ ରଞ୍ଜନ, ମାଆ, ଖୁଡି, ସହ ଧର୍ମିଣି ଆନନ୍ଦିନୀ, ଭାଈ ଦୀପ୍ତି ରଞ୍ଜନ, ମାମୁଁ ଅଟଳ ମହାପାତ୍ର, ଝିଅ ସୁନନ୍ଦା, ସମୃଦ୍ଧି ଓ ପୁତୁରା ବୈଭବ ଙ୍କ ସମେତ ଅନେକ ସଂପର୍କୀୟ ଉପସ୍ଥିତ ଥିଲେ l ଶ୍ରୀ ରାମେଶ୍ଵର ଶ୍ମଶାନ ଘାଟ ରେ ଶ୍ରୀ ମିଶ୍ର ଙ୍କ ଅନ୍ତିମ ସଂସ୍କାର କରଯାଇଥିବା ବେଳେ ବଡ ଝିଅ ସୁନନ୍ଦା ଓ ପୁତୁରା ବୈଭବ ଉଭୟେ ମୁଖାଗ୍ନି ଦେଇଥିଲେ l ଜୁଡ଼ିସିଆଲ କର୍ମଚାରୀ, ଓକିଲ, ସ୍ବଚ୍ଛ ଭାରତ କର୍ମକର୍ତ୍ତା , ଲାଲ୍ ମନି କ୍ରିକେଟ କ୍ଳବ୍ ର ଅନେକ ସଦସ୍ୟ ଙ୍କ ସମେତ ସହର ର ବହୁ ବୁଦ୍ଧିଜୀବୀ ମାନ୍ୟ ଗଣ୍ୟ ବ୍ୟକ୍ତି ଶ୍ମଶାନ ଘାଟ ରେ ଶବ ସଂସ୍କାର କାର୍ଯ୍ଯ ରେ ଉପସ୍ଥିତ ଥିଲେ lଗତ ବର୍ଷ ରୁ କର୍କଟ ରୋଗ ରେ ଭୁନେଶ୍ବରସ୍ଥିତ ଏମ୍ସ ମେଡିକାଲ୍ ଚିକିତ୍ସିତ ହେଉଥିଲେ l

ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.