ଭଞ୍ଜନଗର, ୦୨/୦୮(ପିପିଟି):ଗତ କିଛିଦିନ ହେଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗୋଲାପଡା ଏବଂ ବେଲଗୁଣ୍ଠା ଅଞ୍ଚଳରେ ବାରମ୍ବାର ବିଦ୍ୟୁତ ତାର ଚୋରି ହେଉଥିବା ଅଭିଯୋଗ ହୋଇଥିଲା।ତଦନ୍ତ ବେଳେ ଏହି ଘଟଣାରେ ସମ୍ପୃକ୍ତ ଥିବା ନୟାଗଡ଼ ଜିଲ୍ଲା ଭା ପୁର ଗ୍ରାମର ଗଙ୍ଗା ନାୟକ, ଗୋବିନ୍ଦ ପ୍ରଧାନଙ୍କ ସହ ଭଞ୍ଜନଗର ଥାନା ଅନ୍ତର୍ଗତ ବେତାର ଗ୍ରାମର କେଶବ ନାୟକ ମିଶି ତାର ଚୋରି କରୁଥିବା ଜଣାପଡିଛି।ଏହି ଘଟଣାରେ ଭଞ୍ଜନଗର ଥାନା କେଶ ନଂ 695/24 ରେ ଏକ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି।ଏସଂକ୍ରାନ୍ତରେ ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ କୁମାର ମୁଦୁଲି କହିଛନ୍ତି।
ରିପୋର୍ଟ- (ଭଞ୍ଜନଗରରୁ ଜେ. କେ ପଟ୍ଟନାୟକ)