ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା କର୍ମଶାଳା ଅନୁଷ୍ଠିତ ।

0 273

ସୁବର୍ଣ୍ଣପୁର ,୦୨/୦୭(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ଵୀରମହlରାଜପୁର ବ୍ଲକ ମୁର୍ଷୁଣ୍ଡି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବେସିକ ନିଡ଼ିସ ବାଙ୍ଗାଲୋର ସହାୟତାରେ ରେୟାର ସୋନପୁର ତରଫରୁ ଏକ ଦିବସୀୟ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ବ୍ଲକ ର ଖଣ୍ଡହତl, ମୁର୍ଷୁଣ୍ଡି, କେନଝିରିଆପାଲି, ଉଫୁଲା ସୁବଳୟା ପଂଚାୟତ ର ଅଙ୍ଗନବାଡି କର୍ମୀ ଆଶା କର୍ମୀ ୱାର୍ଡ ସଭ୍ୟ,ସଭ୍ୟା ସ୍ଵଂୟ ସହାୟକ ଗୋଷ୍ଠୀ ର ସଦସ୍ୟl ସ୍ବେଛାସେବୀ ମାନେ ଯୋଗ ଦେଇଥିଲେ l ଏଥିରେ ପ୍ରଶିକ୍ଷକ ଭାବରେ ବେସିକ ନୀଡ଼ସ ଇଣ୍ଡିଆ ରାଜ୍ୟ ସଂଯୋଜକ ରାଜୀବ କର୍ମୀ ମାନସିକ ସ୍ୱାସ୍ଥ୍ୟ କ୍ଷେତ୍ର ସଂଯୋଜକ ବିଶ୍ୱମ୍ବର ସାହୁ କ୍ଷେତ୍ର କର୍ମୀ ମିତ୍ରଭାନୁ ମଲ୍ଲିକ ଯୋଗଦେଇ ଏହି ରୋଗର କାରଣ ଓ ନିରାକରଣ ଚିକିତ୍ସା ତଥା ମାନସିକ ଅସୁସ୍ଥ ବ୍ୟକ୍ତି ମାନଙ୍କର ଜୀବନ ଜୀବିକା ବିଷୟରେ ଆଲୋଚନା କରିଥିଲେ l ଏହା ସହ ସମାଜରେ ସେମାନଙ୍କ ର ପୁନଃ ଥଇଥାନ କିପରି ହୋଇପାରିବ ଓ ସରକାରୀ ସୁବିଧା ରୁ କିପରି ବଞ୍ଚିତ ନ ହେବେ ସେ ବିଷୟରେ ସୁଦାମ ଗାଈଗରିଆ ଉପସ୍ଥାପନା କରିଥିଲେ l ଶେଷରେ ସ୍ବେଛାସେବୀ ଗୀତାଞ୍ଜଳି ଜେନା ଧନ୍ୟବାଦ ଅର୍ପଣ କରିଥିଲେ l ଏଥିରେ ସ୍ବେଛାସେବୀ ଶାନ୍ତିଲତା ନାଏକ ଓ ରଶ୍ମିତା ବିଶ୍ଵାଳ, ରେଆର ପ୍ରକଳ୍ପ ସଂଯୋଗକ ଅବନୀ ଶତପଥି ସହଯୋଗ କରିଥିଲେ l

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.