କେଏସୟୁବି କଲେଜରେ ବିଧାୟକଙ୍କୁ ସମ୍ବର୍ଦ୍ଧନା ।

0 278

ଭଞ୍ଜନଗର, ୦୨/୦୭(ପିପିଟି) :ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ ଗତ ୧୯୬୦ ମସିହାରୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ସ୍ଥାପନ କରାଯାଇଛି।ଏହି ଶିକ୍ଷାନୁଷ୍ଠାନରୁ ବହୁ ଛାତ୍ରଛାତ୍ରୀ ଶିକ୍ଷାଲାଭ କରି ଆଜି ଦେଶ ବିଦେଶରେ ସୁନାମ ଅର୍ଜନ କରିଛନ୍ତି।ସେଥି ମଧ୍ୟରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମଧ୍ୟ ଏହି କଲେଜରେ ଅଧ୍ୟୟନ କରିବା ସହ ଦୁଇଥର ଛାତ୍ର ସଂସଦର ସଭାପତି ଭାବେ ନିର୍ବାଚିତ ହୋଇଥିଲେ।ତେଣୁ ଆଜି ତାଙ୍କୁ କଲେଜ ତରଫରୁ ନିମନ୍ତ୍ରଣ କରାଯାଇଥିଲା।ବିଧାୟକ ଶ୍ରୀ ନାୟକ ପହଞ୍ଚିବା ପରେ ତାଙ୍କୁ କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ଦାସଙ୍କ ସମେତ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ସ୍ୱାଗତ ଜଣାଇବା ସହ ପାଛୋଟି ନେଇଥିଲେ।କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେବା ପରେ ଚାରା ରୋପଣ କରିସାରି କଲେଜ ସମ୍ମିଳନୀ କକ୍ଷରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଶ୍ରୀ ନାୟକ ଯୋଗ ଦେଇଥିଲେ। କଲେଜ ଅଧ୍ୟକ୍ଷ ଶ୍ରୀ ଦାସ ତାଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।ଏଥିସହ କଲେଜର ପ୍ରାକ୍ତନ ଛାତ୍ରନେତା ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।କଲେଜର ବିଭିନ୍ନ ସମସ୍ୟା ସମ୍ପର୍କରେ ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ଦାସ ସୂଚନା ଦେଇଥିଲେ।ଆଜି ପର୍ଯ୍ୟନ୍ତ ଅବହେଳିତ ହୋଇ ରହିଥିବା ଏହି କଲେଜର ସମସ୍ତ ସମସ୍ୟା ତୁରନ୍ତ ସମାଧାନ କରିବା ସହ ଆସନ୍ତା ୫ବର୍ଷ ମଧ୍ୟରେ ଏହି ପୁରାତନ କଲେଜକୁ ସରକାରୀ ମାନ୍ୟତା ଅଥବା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଘୋଷଣା କରିବାକୁ ବିଧାୟକ ଶ୍ରୀ ନାୟକ ପ୍ରତିଶୃତି ଦେଇଥିଲେ।ଏଥିସହ ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଆସନ୍ତା ଡିସେମ୍ବର ମାସରେ ୩ଦିନ ଧରି କଲେଜର ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳନ,କଲେଜ ପରିସରରେ ବୀର ଚକରା ବିଷୋୟୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ରିପୋର୍ଟ-  ଜେ. କେ ପଟ୍ଟନାୟକ

Leave A Reply

Your email address will not be published.