ଛତ୍ରପୁର,୦୧/୦୭(ପିପିଟି): ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ନିକ୍ଷେପକ ରବି ନାରାୟଣ ରାଉତରାୟ ଆଜି କାର୍ଯ୍ଯକ୍ଷେତ୍ରରୁ ଅବସର ଗ୍ରହଣ କରିଛନ୍ତି । ସେ ପୂର୍ବରୁ ମାଲକାନଗିରି, ପାଲଲହଡା, ଭଞ୍ଜନଗରରେ ଅପରେଟର ଭାବେ କାର୍ଯ୍ୟକରି ସୁନାମ ଅର୍ଜନ କରିଥିଲ । ସେ ଜଣେ ମେଳାପୀ, ଅମାୟିକ ଓ କର୍ତ୍ତବ୍ୟନିଷ୍ଠ କର୍ମଚାରୀ ଭାବେ ଜଣାଶୁଣା । ସେ ଜଣେ ସଫଳ କ୍ରୀଡ଼ାବିତ୍ ମଧ୍ଯ ଥିଲେ । କ୍ରୀଡା କ୍ଷେତ୍ରରେ ମଧ୍ଯ ବହୁ ସଫଳତା ହାସ କରିଛନ୍ତି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ତାଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ପ୍ରଦାନପୂର୍ବକ ଦୀର୍ଘ ଜୀବନ କାମନା କରିଥିଲ । ବିଦାୟକାଳୀନ ଉତ୍ସବରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ତାଙ୍କର ଉତ୍ତୋରତର ଉନ୍ନତି କାମନା କରିବା ସହ ଦୀର୍ଘ ଜୀବନ କାମନା କରିଥିଲ ।