ସୁନାନଗର ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା,୨ ମୃତ,୫ ଆହାତ ।

0 109

ମାଲକାନଗିରି,୨୪/୦୬(ପିପିଟି):ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଗ୍ରାମ ନିକଟସ୍ଥ ସୁନାନଗର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଦୁଇଜଣଙ୍କ ମୃତ୍ୟୁହୋଇଥିବା ବେଳେ ପାଞ୍ଚ ଜଣ ଆହାତ ହୋଇଛନ୍ତି।ଆଜି ଅପରାହ୍ନରେ କୁଡୁମୁଲୁଗୁମ୍ମା ବ୍ଲକ ଶିକ୍ଷା ଅଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀ ଓ ଅତିରିକ୍ତ ଶିକ୍ଷା ଅଧିକାରୀ ଅଞ୍ଜନ କୁମାର ଚୌଧୁରୀ ନିଜର ଦୈନନ୍ଦିନ ସରକାରୀ କାର୍ଯ୍ୟ ସାରି ମୋଟର ସାଇକେଲରେ ଯୋଗେ ଘରକୁ ଯାଉଥିବା ବେଳେ ଆଲାଙ୍ଗଗୁଡା ଗ୍ରାମ ନିକଟରେ ସମ୍ମୁଖରୁ ଦ୍ରୁତ ଗତିରେ ଆସୁଥିବା ଏକ ମୋଟର ସାଇକେଲ ତାଙ୍କୁ ଧକ୍କା ଦେଇଥିଲା । ହଠାତ୍ କୌଣସି ଉପାୟ ନପାଇ ଶ୍ରୀ ଚୌଧୁରୀ ମୋଟର ସାଇକେଲର ବ୍ରେକ ମାରିଥିଲେ ଫଳରେ ତାଙ୍କ ପଛରେ ଆସୁଥିବା ଆଉ ଦୁଇଟି ମୋଟର ସାଇକେଲ ପଛକୁ ପଛ ଧକ୍କା ଦେଇଥିଲା । ଏହି ଧକ୍କା ଏତେ ଜୋରଦାର ହୋଇଥିଲା ଯେ ତିନୋଟି ଗାଡ଼ିରେ ଥିବା ସମସ୍ତ ଛଅ ଜଣ ରାସ୍ତାରେ କଚାଡି ହୋଇ ପଡ଼ିଥିଲେ ଓ ସମ୍ମୁଖ ଦିଗରୁ ଆସିଥିବା ଅଜଣା ଚାଳକ ଜଣକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଆମ୍ବୁଲାନ୍ସ ଯୋଗେ ତୁରନ୍ତ ଦୁର୍ଘଟଣାରେ ଆହତ ବ୍ୟକ୍ତିମାନଙ୍କୁ କୁଡୁମୁଲୁଗୁମ୍ମା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ଗୁରୁତର ଆହତ ଅଞ୍ଜନ କୁମାର ଚୌଧୁରୀଙ୍କ ମୃତ ହୋଇଥିଲା । ଅନ୍ୟ ଆହତ ମାନେ ହେଲେ ସୁଶ୍ରୀ ଗାୟତ୍ରୀ ଦେବୀ,ବାବୁନା ବିଷୋୟୀ,ନାଗାର୍ଜୁନ କିର୍ଷାନୀ,ଧନ କିର୍ଷାନୀ, ଜୟ କିର୍ଷାନୀ ଓ ବିମଳା ହନ୍ତାଳ । ସେମାନଙ୍କୁ ଉତ୍ତମ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ବାବୁନା ବିଷୋୟୀ ନାମକ ଆଉ ଜଣେ ଆହତ ବ୍ଯକ୍ତି ଆମ୍ବୁଲାନ୍ସରେ ମାଲକାନଗିରି ଯିବା ରାସ୍ତାରେ ମୃତ୍ୟୁ ହୋଇଥିଲା। ମୃତ୍ୟୁ ଶ୍ରୀ ଚୌଧୁରୀ ଜଣେ ମିଷ୍ଟଭାଷୀ ଓ ମେଳାପି ସ୍ୱଭାବର ବ୍ୟକ୍ତି ଥିଲେ । ମୃତ୍ୟୁ ଖବର ଶୁଣି ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଶିକ୍ଷକ ସ°ଘ ସଭାପତି ଓ ଅନ୍ୟାନ୍ୟ ଶିକ୍ଷକ ଭାଇ ମାନେ ମଧ୍ୟ ଉକ୍ତ ଘଟଣାରେ ପ୍ରାଣ ହରାଇଥିବା ଶ୍ରୀ ଚୌଧୁରୀଙ୍କ ପ୍ରତି ସମବେଦନା ଜ୍ଞାପନ କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.