ପାଣି ପାଇଁ ବାଲ୍ଟି ,ମାଠିଆଧରି ବ୍ଲକ ଆଗରେ ଧାରଣା ଦେଲେ ଗ୍ରାମବାସୀ ।

0 105

ବୋଲଗଡ଼,୨୧/୦୬(ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅନ୍ତର୍ଗତ ଅସରଳାଦଳ ପଞ୍ଚାୟତ ନଦ ସାହି ର ବାସିନ୍ଦା ପାଣି ସମସ୍ୟା ନେଇ ଶୁକ୍ରବାର ବୋଲଗଡ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ୩୦ ପରିବାର ରହୁଥିବା ସାହିରେ ଦୀର୍ଘ ୨ ମାସ ଧରି ପାନୀୟ ଜଳ ଆସୁନଥିଲା ବାରମ୍ବାର ଅଭିଯୋଗ ପରେ କେହି ଶୁଣୁ ନଥିବାରୁ ବାଧ୍ଯ ହୋଇ ଆଜି ସାହିର ମହିଳା ଓ ପୁରୁଷ ହାତରେ ହାଣ୍ଡି, ମାଠିଆ ଧରି ବୋଲଗଡ ବ୍ଲକ ଆଗରେ ଧାରଣା ବସିଥିଲେ। ଆମକୁ ପାଣି ଦିଆ ନଗଲେ ଆମେ ଯିବୁ ନାହିଁ ବୋଲି ହୋହାଲ୍ଲା କରିଥିଲେ । ଗ୍ରାମବାସୀଙ୍କ କହିବାନୁଯାୟୀ, ଗ୍ରାମରେ ଗୋଟିଏ ନଳକୂଅ ସେଥିରେ ପାଣି ନବାହାରିବାରୁ ଅଚଳ ହୋଇପଡିଛି । ପାଣି ପାଇଁ ଗ୍ରାମବାସୀ ପାଦରେ ଚାଲି ଚାଲି ନଈ ଭିତରେ ଥିବା ଚୁଆରୁ ପାଣି ଆଣି ଛାଣି ପିଉଛନ୍ତି । ଏ ନେଇ ଦୀର୍ଘଦିନ ହେଲା ପ୍ରଶାସନ ଅଧିକାରୀଙ୍କୁ ଜଣାଇ ଆସୁଥିଲେ ମଧ୍ୟ କିଛି ଲାଭ ମିଳୁ ନାହିଁ। ଧାରଣାରେ ବସିଥିବା ଲୋକଙ୍କୁ ବୋଲଗଡ ବ୍ଲକ ଏ ବି ଡି ଓ ରତିକାନ୍ତ ମିଶ୍ର ପାନୀୟ ଜଳ ଯୋଗାଣ ଅଧିକାରିଣୀ ଘଟଣା ସ୍ଥଳରେ ପହଞ୍ଚି ବୁଝାଶୁଝା କରି ଗାଁକୁ ଆସି ଦେଖି ଥିଲେ ପରେ ତୁରନ୍ତ ପାଣି ସୁବିଧା ପାଇଁ ତୁରନ୍ତ ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ଧାରଣାରୁ ଓହରିଥିଲେ ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.