ଚପଲ ଦୋକାନ ରେ ଅଗ୍ନିକାଣ୍ଡ।

0 287

ପୋଲସରା ,୧୭/୦୬(ପିପିଟି) : ଆଜି ସ୍ଥାନୀୟ ସିଲ୍ ସାହି ଛକରେ ଥିବା ଭାଇ ଭାଇ ଚପଲ ଦୋକାନ ରେ ଅଗ୍ନିକାଣ୍ଡ ଘଟି ପ୍ରାୟ ୩ ଲକ୍ଷ ଟଙ୍କା ମୂଲ୍ୟର ଚପଲ ପୋଡ଼ି ପାଉଁଶ ହୋଇ ଯାଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା। ଦୋକାନ ରେ ପ୍ଲାଷ୍ଟିକ ଓ ରବର ରେ ତିଆରି ଚପଲ ବହୁ ପରିମାଣ ର ଥିବାରୁ ସଙ୍ଗେ ସଙ୍ଗେ ନିଆଁ ଦୋକାନ ସାରା ଖେଳି ଯାଇଥିଲା। ଫଳରେ ଦୋକାନ ରେ ଥିବା ତିନି ଲକ୍ଷ ଟଙ୍କା ରୁ ଉର୍ଦ୍ଧ ମୂଲ୍ୟ ଚପଲ ଜଳି ଯାଇ ପାଉଁଶ ହୋଇ ଯାଇଥିଲା। ଖବର ସ୍ଥାନୀୟ ଅଗ୍ନିଶମ କେନ୍ଦ୍ର ର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.