ଭୋଟ ଗଣତି ସମସ୍ତ ପ୍ରକ୍ରିୟା ଶେଷ ।

0 62

ସୁବର୍ଣ୍ଣପୁର ,୦୩/୦୬(ପିପିଟି) : ରାଜ୍ୟ ସମେତ ସାରା ଦେଶରେ ଏଥର ସାଧାରଣ ନିର୍ବାଚନ ସକାଶେ ଭୋଗ୍ରହଣ ସରିଛି l ରାତି ପାହିଲେ ଭୋଟ ଗଣତି ହେବ l ଫଳାଫଳକୁ ନେଇ ସମସ୍ତଙ୍କର ଅପେକ୍ଷା l ଆଉ ଏ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ବଢି ଚାଲିଛି। ଭୋଟ୍ ଦେଇଥୁବା ମତଦାତା ବେଶ୍ ନିରବତା ଅବଲମ୍ବନ କରୁଥିବା ବେଳେ ଗଣତି ତାରିଖ ଯେତିକି ପାଖେଇ ଆସୁଛି ନେତା ଓ କର୍ମୀମାନଙ୍କ ମଧ୍ୟରେ ହୃଦସ୍ପନ୍ଦନ ବଢ଼ି ବଢ଼ି ଚାଲିଛି l ସେପଟେ ସାଧାରଣ ଭୋଟରଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ପ୍ରକାଶ ପାଇଛି l ଏହାରି ମଧ୍ୟରେ ବଲାଙ୍ଗୀର ଲୋକସଭା ଅନ୍ତର୍ଗତ ୨ଟି ପ୍ରମୁଖ ବିଧାନସଭା ସୁବର୍ଣ୍ଣପୁର(୬୫) ଓ ବୀରମହାରାଜପୁର(୬୪) ନିର୍ବାଚନ ମଣ୍ଡଳୀ ର ଫଳାଫଳକୁ ନେଇ ନେତା ଓ କର୍ମୀଙ୍କ ମଧ୍ୟରେ ଚର୍ଚ୍ଚା ଓ ଆଲୋଚନା ଜୋର୍ ଧରିଛି। କେଉଁ ନେତା କେତେ ପରିମାଣରେ ନିର୍ବାଚନ ପରିଚାଳନାରେ ସଫଳ ହୋଇଛନ୍ତି ସେହି ଅନୁସାରେ ସେମାନେ ଫଳାଫଳ ପାଇବେ ଏଥିରେ ସନ୍ଦେହ ନାହିଁ। କାହାର ପଲା କେତେ ଅଧିକ, ତାକୁ ନେଇ ମଧ୍ୟ ଅନେକ ଆକଳନ କରାଯାଉଛି। ପ୍ରତ୍ୟେକ ଦଳ ନିଜର ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ ବୋଲି ଦାବି କରୁଥିବାବେଳେ ଏହାକୁ ନେଇ ରାସ୍ତାଘାଟରୁ ଆରମ୍ଭ କରି ଚାହା ଦୋକାନ, ପାନ ଦୋକାନରେ ବେଶ୍ ଖଟି ଜମୁଛି। ଏପଟେ କାଳେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ପାଟ୍ରୋଲିଂବ୍ୟବସ୍ଥା କୁ କଡା କଡ଼ି କରାଯାଉଛି। ତେବେ ଇଭିଏମ୍‌ରେ ସିଲ୍ ହୋଇ ରହିଥିବା ନେତାଙ୍କ ଭାଗ୍ୟ ଆସନ୍ତାକାଲି ସକାଳୁ ଖୋଲିବ । କିଏ କାହା ଉପରେ ଭାରୀ ପଡିବ ତାକୁ ନେଇ ଏବେ ଆକଳନ ଜୋର୍ ଧରିଛି। ତେବେ ନୀରବ ଭୋଟରଙ୍କ ମୁଡ୍‌କୁ ପରଖିବା ନେତାମାନଙ୍କ ପାଇଁ କାଠିକର ହୋଇପଡି ଥିବାବେଳେ ସବୁକିଛି ଇଭିଏମ୍ ଖୋଲିଲେ ସ୍ପଷ୍ଟ ହେବ। ଆଉ ତାପୂର୍ବରୁ ରାଜନୀତିରେ ରୁଚି ରଖୁଥ‌ିବା ସମସ୍ତ ବ୍ୟକ୍ତିବିଶେଷଙ୍କ ସମେତ ନେତା ଓ ସାଧାରଣ କର୍ମୀଙ୍କ ମନରେ ଉତ୍କଣ୍ଠା ମଧ୍ୟ ବଢ଼ି ଚାଲିଛି।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.