ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ।

0 489

ସୁବର୍ଣ୍ଣପୁର ,୦୨/୦୬(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ, ବଡକର୍ଲ୍ଲେର କାର୍ଯ୍ୟରତ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ ପ୍ରଧାନଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବଡକର୍ଲ୍ଲେ ହାଇସ୍କୁଲରେ ୩୩ ବର୍ଷର ଚାକିରିକାଳ ସମୟରେ ଶ୍ରୀ ପ୍ରଧାନ ଅନେକ ମେଧାବୀ ଛାତ୍ରଛାତ୍ରୀ ସୃଷ୍ଟି କରିପାରିଛନ୍ତି । ଶ୍ରୀପ୍ରଧାନ ନିଜସ୍ୱ ସରଳ ଓ ଅମାୟୀକ ସ୍ୱଭାବରେ ଛାତ୍ରଛାତ୍ରୀ ତଥା ଅଭିଭାବକ ମହଲରେ ସବୁବେଳେ ବେଶ ପ୍ରୀୟ ଶିକ୍ଷକ ହୋଇପାରିଥିଲେ ବୋଲି ଉକ୍ତ ବିଦାୟ କାଳୀନ ଉତ୍ସବରେ ମାନ୍ୟଗଣ୍ୟ ଅତିଥି ବୃନ୍ଦ ମତପ୍ରକାଶ କରିଛନ୍ତି । ବହୁ ସଂଖ୍ୟାରେ ଅଭିଭାବକ, ବୁଦ୍ଧିଜୀବି, ପଡୋଶୀ ସ୍କୁଲର ଶିକ୍ଷକ ଓ କର୍ମଚାରୀ ବୃନ୍ଦ ଏହି ସଭାରେ ଯୋଗଦେଇ ଶ୍ରୀପ୍ରଧାନଙ୍କ ବ୍ୟକ୍ତିତ୍ୱ ବିଷୟରେ ପ୍ରଂଶସା କରିଥିଲେ ।

ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ରମାକାନ୍ତ ପ୍ରଧାନ ସଭାକାର୍ଯ୍ୟରେ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟଅତିଥି ଭାବରେ ସ୍କୁଲ ପ୍ରତିଷ୍ଠାତା ସୁବଳ ଚନ୍ଦ୍ର ମାଝୀ, ମୁଖ୍ୟବକ୍ତା ଭାବରେ ସତଲମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଓଡିଆ ବିଭାଗ ଅଧ୍ୟାପକ ଲୋକବନ୍ଧୁ ପଧାନ, ସମ୍ମାନୀତ ଅତିଥି ଭାବରେ ସ୍କୁଲ ପରିଚାଳନା କମିଟୀ ସଭାପତି ପଦ୍ମନାଭ ପୂଝାରୀ, ଜିଲ୍ଲା ପରିଷଦ ସଦସ୍ୟ ଗଣେଶ ଚନ୍ଦ୍ର ଭୋଇ, ବଡକର୍ଲ୍ଲେ ସରପଂଚ ରୋହିତ ସାହୁ, ଉପାଧ୍ୟକ୍ଷ ମକର ଧ୍ୱଜ ସାହୁ, ବାଙ୍କିପାଲି ହାଇସ୍କୁଲର ପ୍ରାକ୍ତନ ପ୍ରଧାନଶିକ୍ଷକ ନବୀନ କୁମାର ପାଢୀ, ରମେଶ ଚନ୍ଦ୍ର ଭୋଇ, ପବିତ୍ର ଦାସ, ରାଜିନ୍ଦ୍ର ଦାସ, ମାୟାବର୍ହା ହାଇସ୍କୁଲର ପ୍ରଧାନଶିକ୍ଷକ ରବିଚନ୍ଦ୍ର ପଶାୟତ, ବାଙ୍କିପାଲି ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସୁବାସ ଭୁଏ, ସିଂଘିଯୁବା ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପଦ୍ମନାଭ ମହାରଣା ପ୍ରମୁଖ ଯୋଗଦେଇ ବିଦାୟୀ ଶିକ୍ଷକ ଶ୍ରୀପ୍ରଧାନ ଜଣେ ଛାତ୍ର ବତ୍ସଳ ଶିକ୍ଷକଥିଲେ ବୋଲି ମତବ୍ୟକ୍ତ କରିଥିଲେ । ବିଦାୟୀ ଶିକ୍ଷକ ଶ୍ରୀ ପ୍ରମୋଦ ପ୍ରଧାନଙ୍କୁ ବିଦ୍ୟାଳୟ ତରଫରୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ମାନୀତ କରାଯାଇଛି । ଶିକ୍ଷକ, ଛାତ୍ରଛାତ୍ରୀ, ପୂରାତନ ଛାତ୍ରଛାତ୍ରୀ, ପଡୋଶୀ ସ୍କୁଲର ଶିକ୍ଷକ, ବୁ୍‌ଦ୍ଧିଜୀବି ବୃନ୍ଦ ଶ୍ରୀପଧାନଙ୍କୁ ସମ୍ମାନୀତ କରିଥିଲେ । ବରିଷ୍ଠ ଶିକ୍ଷକ ଗରୁଡ ଅଦାବର ସଭାକାର୍ଯ୍ୟ ପରିଚାଳନା କରିଥିଲେ । କନ୍ଦାଗାଡ ହାଇସ୍କୁଲର ବରିଷ୍ଠ ଶିକ୍ଷକ ସମ୍ପଦ ଖମାରୀ, ମାୟାବର୍ହା ହାଇସ୍କୁଲର ବରିଷ୍ଠା ଶିକ୍ଷକ ଦୀନବନ୍ଧୁ ପ୍ରଧାନ, ଗେଷ୍ଟ ଟିଚର ରମାବଲ୍ଲଭ ବାରିକ, ଶିକ୍ଷକ ନୀଲମଣି ଚୌଧୁରୀ, ରବିନ୍ଦ୍ର ଦୀପ, ରସିକ ପଧାନ, ସାଧୁ ପଧାନ, ମିଳନ ପଧାନ, ନାରଦ ସାହୁ, ନିରୋଦ ଭୋଇ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସଭାକାର୍ଯ୍ୟ ପରେ ବିଦାୟୀ ଶିକ୍ଷକ ଶ୍ରୀ ପ୍ରମୋଦ ପ୍ରଧାନଙ୍କ ସମ୍ମାନାର୍ଥେ ପୁରାତନ ଛାତ୍ରଛାତ୍ରୀ ବୃନ୍ଦ ତଥା ଗ୍ରାମବାସୀ ବୃନ୍ଦଙ୍କ ତରଫରୁ ବଡକର୍ଲ୍ଲେ ଗ୍ରାମରେଏକ ଶୋଭାଯାତ୍ରା ଆୟୋଜିତ କରାଯାଇଥିଲା । ପରିଶେଷରେ ସ୍କୁଲର ଖେଳ ଶିକ୍ଷକ ରସିକ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.