ମଦ ପାନ କରି ମଦ୍ଯପ ବୋଲାଏ
ଥାଉ ବା ନଥାଉ ଇଜତ…..
ସଂସାର ବୁଡିଲେ ବୁଡୁ ପଛେ ଅବା
ମଦୁଆର ମଦ ମହତ୍ଵ…….!!
ଯେତେ ଭଲ ଖାଦ୍ୟ ଦିଅ କି ନଦିଅ
ମଦ ପାଶେ ମନ ଛଟପଟ…..
ମଦୁଆ ପାଇଁ ତ ଅବକାରୀ ଯେତେ
ଦରମାରେ ତାଙ୍କ ପୁରେଇ ପେଟ….!!
ସରକାର ଚାଲେ ମଦ ପଇସାରେ
ଉନ୍ନୟନ କାମ ବିଶେଷ…..
ବଡ ବଡ କଥା କହନ୍ତି ସକଳେ
ମଦ ଦିଏ ମୋଟା ରାଜସ୍ବ….!!
ଯୋଉ ସରକାରୀ ବସିବ ଶାସନେ
ମଦକୁ ନିଷେଧ ନାହିଁ ତ…..
ମଦ ମନ୍ଦ ବୋଲି ଜାଣନ୍ତି ଜଗତ
ମଦ କେ ଛାଡେ କାହିଁ ତ….?
ମଦ ପିଏ କୁଲି ଅବା ଭିକ ମଗା
ମନ୍ତ୍ରୀ ରାଜା ପ୍ରଜା ସହିତ…..
ପୋଲିସ ପିଅଇ ବିଦେଶୀ ବୋତଲେ
ଆଦିବାସୀ ପିଏ ଦେଶୀ ତ….!!
ମଦର ଚାହିଦା ସବୁଠି ରହିଛି
ଯତ୍ର ତତ୍ର ମଦ ମିଳଇ…..
ପିଇବା ପାଣି ତ ଅଭାବ ସବୁଠି
ଧର୍ମ ଘଟ ସଦା ହୁଅଇ….!!
ରୋଗୀ ପାଇଁ ପଛେ ନମିଳୁ ଔଷଧ
ମଦର ଦୋକାନ ସବୁଠି…..
ହାତ ପାହାନ୍ତତରେ ମଦ କିଣାବିକା
ପାଇବ ଖୋଜିଲେ ଯେଉଁଠି….!!
ମଦ ପିଏ ଯିଏ ମଧ୍ୟରେ ମଗନ
ପିଇ ପିଇ ସାରେ ସମ୍ପତ୍ତି…..
ମଦ ପାଇଁ ଚୋରୀ ଡକାୟତି କରେ
ଅଫିସରେ କରେ ଦୁର୍ନୀତି….!!
ମଦ ପାଇଁ ଘରେ କୁରୁକ୍ଷେତ୍ର ଯୁଦ୍ଧ
ବାହାରେ ଅଶାନ୍ତ ଅନେକ…..
ଥାନା ଅଦାଲତ ମାତାଲ ମାମଲା
ଏମାନେ ତ ଖଳ ନାୟକ….!!
ମଦୁଆ କୁ କିଏ ପାଏ ନାହିଁ ଭଲ
ସବୁଠି ଉତ୍ପାତ ତାହାର…..
ଯେଉଁଠି ପ୍ରବେଶ ଜନତା ପ୍ରସ୍ଥାନ
କରନ୍ତି ସଭିଏଁ ଧିକ୍କାର….!!
ମଦୁଆ ର ନାହିଁ ମାନ କି ମହତ
ମଦ ପିଇ ବାଟେ ଗଡଇ….
ମୁହଁରେ କୁକୁର ମୁତିଲେ ନଜାଣେ
ଟଳି ଟଳି ବାଟ ଚାଲଇ….!!
ମଦ୍ଯପ ତୁଣ୍ଡରୁ ଅକଥା ବାହାରେ
ଗରଜନ ଶୂନ୍ୟେ ଛାଡଇ….
ଉପରେ ପଡିଣ କରଇ କଳହ
ମଦ୍ଯପଟା ଷଣ୍ଢ ମଣଇ….!!
ମଦୁଆ ମାଇପ ସର୍ବଦା କାନ୍ଦଇ
ବିଧବା ହୋଇଲେ ମଙ୍ଗଳ….
ମଦୁଆ ମରେଲେ ପରିବାର ଶାନ୍ତି
ପଥୁ କଣ୍ଟା ହୁଏ ନିର୍ମଳ….!!
ମଦ ପିଇ ପିଇ ମଦୁଆ ମରଇ
ନଶୁଣେ କା ହିତ ବଚନ….
ଘୋଡା ମଦୁଆକୁ କିବା ବ୍ରହ୍ମ ଜ୍ଞାନ
ଅବା ସାଧୁ ସନ୍ଥ ପୁରାଣ….!!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭