ଶାନ୍ତିପଥର ଷଷ୍ଠ ବାର୍ଷିକୋତ୍ସବ-୨୦୨୪ ।

0 79

ଖୋର୍ଦ୍ଧା,୨୩/୦୫(ପିପିଟି): ଭୁବନେଶ୍ବର ୟୁନିଟ୍ ୯ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ସାମାଜିକ ଓ ବୌଧିକ ଅନୁଷ୍ଠାନ ଶାନ୍ତିପଥର ଷଷ୍ଠ ବାର୍ଷିକ ଉତ୍ସବ ପାଳନ କରାଯାଉଅଛି। ଅନୁଷ୍ଠାନ ର ପ୍ରତିଷ୍ଠାତା ଶିବନାରାୟଣ ମିଶ୍ରଙ୍କ ସଭାପତିତ୍ବ ଓ ବରିଷ୍ଠ ସଦସ୍ୟ ପୁର୍ଣଚନ୍ଦ୍ର ମହାପାତ୍ର ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବରେ ବରିଷ୍ଠ ସ୍ତମ୍ଭାକାର ସ୍ୱାଧୀନତା ସଂଗ୍ରାମୀ ବିଜୟ କୁମାର ତ୍ରିପାଠୀ,ଯୋଗ ପ୍ରଶିକ୍ଷକ ବୀର କିଶୋର ବିଶ୍ୱାଳ, ବରିଷ୍ଠ ସମାଜସେବୀ ବିକ୍ରମାଦିତ୍ୟ ନାୟକ ଯୋଗଦେଇ ଯୋଗ,ପ୍ରାଣାୟାମ ଓ ସମାଜସେବା ପ୍ରମୁଖ ଉପରେ ଗୁରୁତ୍ୱ ଦେଇ ନିଜ ନିଜ ସ୍ତରରେ ସମାଜର ମଙ୍ଗଳ ସାଧନ ନିମନ୍ତେ ଆଗେଇ ଆସିବାକୁ ମତବ୍ୟକ୍ତ କରିଥିଲେ। ଆରମ୍ଭ ରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଶାନ୍ତିର ଦୂତ ଗୌତମ ବୁଦ୍ଧ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କାର୍ଯ୍ୟ କ୍ରମ କୁ ଆଗକୁ ନେଇଥିଲେ।ଏହି ଅବସରରେ ପ୍ରକୃତି ପ୍ରେମୀ ବିଶ୍ୱନାଥ ମାର୍ଥା, ପଶୁପ୍ରେମୀ ପ୍ରଦୀପ ଦାସ, କଳାନିର୍ଦେଶକ ପ୍ରିୟାଂସୁ ପ୍ରିୟଦେବ, ମେଧାବୀ ଛାତ୍ରୀ ରଶ୍ମିତା ଦାସ, ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ, ସୁରେନ୍ଦ୍ର ପଟ୍ଟନାୟକ, ସମାଜସେବୀ ପୁର୍ଣଚନ୍ଦ୍ର ମହାପାତ୍ର ପତନ କୁମାର ରାହା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନ ର ଅଧକ୍ଷ ଶିବନାରାୟଣ ମିଶ୍ର ଙ୍କୁ ଶାନ୍ତି ପଥ ଗୌରବ ସମ୍ମାନ-୨୦୨୪ ପ୍ରଦାନ କରାଯାଇଥିଲା। ପରିଶେଷରେ ଅରବିନ୍ଦ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.