ଓଡ଼ିଶା ବିକାଶରେ ବାଧକ ସାଜିଛନ୍ତି ବିରୋଧୀ ; ପଣ୍ଡିଆନଙ୍କ ସଭାରେ ଜନ ସମୁଦ୍ର ।

0 299

ଭଞ୍ଜନଗର, ୦୩/୦୫(ପିପିଟି):ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଷ୍ଟାଡିଅମ ଆଜି ୫-ଟି ଅଧ୍ୟକ୍ଷ ଭି. କାର୍ତ୍ତିକେୟ ପାଣ୍ଡିଆନଙ୍କ ଗସ୍ତକୁ ନେଇ ଲୋକରଣ୍ୟ ହୋଇ ଉଠିଥିଲା।ଆସନ୍ତା ୨୦ତାରିଖରେ ହେବାକୁ ଥିବା ନିର୍ବାଚନରେ ଭଞ୍ଜନଗର ବିଧାନସଭା ଆସନରୁ ବିଜେଡ଼ି ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖ ଓ କନ୍ଧମାଳ ସାଂସଦ ପ୍ରାର୍ଥୀ ଡ଼. ଅଚ୍ୟୁତ ସାମନ୍ତଙ୍କ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଶ୍ରୀ ପାଣ୍ଡିଆନ।ସଭା ସ୍ଥଳରେ ଉପସ୍ଥିତ ହଜାର ହଜାର ଜନସାଧାରଣ ଶ୍ରୀ ପାଣ୍ଡିଆନ ଓ ଉଭୟ ପ୍ରାର୍ଥୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ଼, ମଧୁବାବୁ ପେନସନ ଯୋଜନା, ଲଷ୍ମୀ ବସ ସେବା,ଭଞ୍ଜନଗର ଅଞ୍ଚଳରେ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ସଫଳତା ସମ୍ପର୍କରେ ବିସ୍ତୃତ ଭାବେ ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ ନିଜ ବକ୍ତବ୍ୟରେ କହିଥିଲେ।ସେହିପରି ମୁଁ ସେବା କରିବାକୁ ଆସିଛି, ରାଜନୀତି ନୁହେଁ।ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୟାରୁ ମୁଁ ସେବା କରିବାର ସୁଯୋଗ ପାଇଛି ବୋଲି ସାଂସଦ ପ୍ରାର୍ଥୀ ଶ୍ରୀ ସାମନ୍ତ କହିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଜନସମର୍ଥନ ଦେଖି ବିରୋଧୀଙ୍କ ନିଦ ହଜିଗଲାଣି। ସେମାନେ କେବଳ ଅପପ୍ରଚାରରେ ମାତିଛନ୍ତି । ମିଶନ ଶକ୍ତି ଓ ବିଏସକେୱାଇ ଭଳି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି। ସେମାନେ ଓଡ଼ିଶାର ବିକାଶକୁ ବିରୋଧ କରୁଛନ୍ତି। ବିରୋଧୀଙ୍କୁ ଭୋଟରେ ଜବାବ ଦେବାକୁ ଭଞ୍ଜନଗରବାସୀଙ୍କୁ ଶ୍ରୀ ପାଣ୍ଡିଆନ ଆହ୍ୱାନ ଦେଇଥିଲେ।
କୌଣସି ଦଳ କିମ୍ବା ଜାତୀୟ ଦଳ ବିକାଶର ହିସାବ ଦେଉନାହାଁନ୍ତି। କିନ୍ତୁ ନବୀନ ପଟ୍ଟନାୟକ ଲୋକଙ୍କ ସବୁ ଦରଖାସ୍ତର ସମ୍ମାନର ସହ ସମାଧାନ କରୁଛନ୍ତି ଆଉ ଲୋକଙ୍କୁ ହିସାବ ମଧ୍ୟ ଦେଉଛନ୍ତି । ଭଞ୍ଜନଗରରେ ରାଜ୍ୟର ସବୁଠୁ ବଡ ପାନୀୟ ଜଳ ପ୍ରକଳ୍ପ ହେଉଛି । ଭଞ୍ଜନଗରକୁ ମୁଖ୍ୟମନ୍ତ୍ରୀ ସବୁଠୁ ଅଧିକ ଭଲ ପାଆନ୍ତି। ଭଞ୍ଜନଗରର ବିକାଶ ପାଇଁ ଯାହା ଆବଶ୍ୟକ ତାହା ମୁଖ୍ୟମନ୍ତ୍ରୀ ନିଶ୍ଚୟ କରିବେ । ଭଞ୍ଜନଗର ଏନଏସିକୁ ମ୍ଯୁନିସିପାଲିଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।ଶ୍ରୀ ଆରୁଖ ସର୍ବଦା ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ଅଭାବ ଅସୁବିଧାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରି ଅର୍ଥ ମଞ୍ଜୁର କରିବାରେ ସିଦ୍ଧହସ୍ତ।ତେଣୁ ସେହିଭଳି ନେତାଙ୍କୁ ୬୦ହଜାର ଭୋଟ ବ୍ୟବଧାନରେ ବିଜୟୀ କରିବା ସହ ସାଂସଦ ପ୍ରାର୍ଥୀଙ୍କୁ ଯୋଡ଼ି ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ ଦେଇ ବିରୋଧୀଙ୍କୁ ଉଚିତ ଜବାବ ଦେବାକୁ ଶ୍ରୀ ପାଣ୍ଡିଆନ ଅବଗତ କରିଥିଲେ।ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ଏନଏସି, ବ୍ଲକ, ଜଗନ୍ନାଥ ପ୍ରସାଦ ବ୍ଲକର ବହୁ ନେତୃବୃନ୍ଦ, ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧି, ବିଜେଡ଼ି ପୁରୁଷ ଓ ମହିଳା କର୍ମୀମାନେ ଉପସ୍ଥିତ ଥିଲେ।

ରିପୋର୍ଟ-ଜେ କେ ପଟ୍ଟନାୟକ

Leave A Reply

Your email address will not be published.