ପୋଲସରା ,୦୩/୦୫(ପିପିଟି):ଆଜି ବିଜେପି ଦଳ ତରଫରୁ ଏକ ବିଶାଳ ରାଲିରେ ବାହାରି ଛତ୍ରପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପୋଲସରା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକ। ଶ୍ରୀ ମଲ୍ଲିକ ବୁଗୁଡ଼ା ନିକଟସ୍ଥ ମାଳିଝୋଳା ମାଁ ଠାକୁରାଣୀ ମନ୍ଦିର ଠାରେ ପୂଜାର୍ଚ୍ଚନା କରିବା ପରେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବୁଗୁଡ଼ା ସହର ପରିକ୍ରମା କରି ବୁଗୁଡ଼ା ପୋଲସରା ମୁଖ୍ୟ ରାସ୍ତା ଦେଇ ପୋଲସରା ସହର ଲୁଣିଘାଟି ପଡିଆରେ ପହଞ୍ଚି ସେଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ପୋଲସରା ସହର ସମର୍ଥକଙ୍କ ଗହଣରେ ପରିକ୍ରମା କରି ମାରଦା ମନ୍ଦିର ଠାରେ ଜଗନ୍ନାଥ ସ୍ବାମୀ ଙ୍କ ଦର୍ଶନ ପରେ ଛତ୍ରପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଯାଇ ସେଠାରେ ସମର୍ଥକ ମାନଙ୍କ ସହିତ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆସିକା ସାଂସଦ ପ୍ରାର୍ଥୀନୀ ଅନିତା ଶୁଭଦର୍ଶୀନୀ ପଟ୍ଟନାୟକ , ଘୁମୁସର ସାଙ୍ଗଠନିକ ଜିଲ୍ଲା ଉପସଭାପତି ପ୍ରଭାକର ପଣ୍ଡା , ଯୁବ ମୋର୍ଚ୍ଚା ସଭାପତି ଦୀପକ ପ୍ରଧାନ , ଏସି ମୋର୍ଚ୍ଚା ସଭାପତି ଗନ୍ଧମାର୍ଦ୍ଦନ ସେଠୀ , ନାରୀନେତ୍ରୀ ସୁଶ୍ରୀ ଆରତୀ ଦେବୀ , ରୀନାରାଣୀ ଦେବୀ , ବରିଷ୍ଠ ବିଜେପି ନେତା ଗଙ୍ଗାଧର ନାୟକ , ଗୀତାଞ୍ଜଳି ନାୟକ , ପ୍ରତିମା ସାହୁ , ପୃଥିବୀରାଜ ଭଞ୍ଜଦେଓ , ଆଇନଜୀବୀ ସୁଶାନ୍ତ କୁମାର ମଳିକ,ମନୋଜ କୁମାର ରଥ, ପ୍ରବିତ୍ର ନାୟକ, ପ୍ରଶାନ୍ତ ପ୍ରଧାନ , ବାବୁଲୀ ନାୟକ , ସୁନୀଲ ପାଢ଼ୀ , ଯୁବନେତା ସିମାଞ୍ଚଳ ସାହୁ , ରାଜେନ୍ଦ୍ର ପାତ୍ର, ରାଜ୍ୟ ପ୍ରଭାରୀ ଦୁର୍ଗା ଚରଣ ପଟ୍ଟନାୟକ,ବିସ୍ଥାରକ ସୈମ୍ଯରଞ୍ଜନ ସାହୁ, ଜଗନ୍ନାଥ ସାମଲ, ନାରାୟଣ ସାହୁ, କୃଷ୍ଣ ଚନ୍ଦ୍ର ମହାପାତ୍ର ଏବଂ ସତ୍ୟନାରାୟଣ ସାହୁ ଙ୍କ ସମେତ ୧୦ ହଜାରରୁ ଊର୍ଦ୍ଧ୍ଵ ବିଜେପି ନେତା , କର୍ମୀ ଓ ସମର୍ଥକ ଆଜିର ଶୋଭାଯାତ୍ରାରେ ସାମିଲ ହୋଇଥିଲେ।
ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା