ଶେଷ ଦିନରେ ନାମାଙ୍କନ ଭରିଲେ ବିକ୍ରମ ଆରୁଖ ।

0 307

ଭଞ୍ଜନଗର, ୦୩/୦୫ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୨୦ତାରିଖରେ ହେବାକୁ ଥିବା ବେଳେ ଆଜି ଥିଲା ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ଦିନ।ଏହି ଅବସରରେ ଭଞ୍ଜନଗର ବିଜୁ ଜନତା ଦଳ ପକ୍ଷରୁ ବିଧାୟକ ପ୍ରାର୍ଥୀ ତଥା ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସପ୍ତମ ଥର ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ।ଧୁ ଧୁ ଖରାକୁ ଖାତିର ନକରି ହଜାର ହଜାର ସଂଖ୍ୟାରେ ପୁରୁଷ ଓ ମହିଳା ବିରାଟ ଶୋଭାଯାତ୍ରାରେ ସାମିଲ ହେବା ବିଜେଡ଼ି ପ୍ରତି ଜନସାଧାରଣଙ୍କ ଅତୁଟ ବିଶ୍ୱାସ ଓ ଭରସା ଥିବା ସ୍ପଷ୍ଟ କରିଛି।ଭଞ୍ଜନଗର ପୁରୁଣା ଫାୟାର ଷ୍ଟେସନ ଠାରୁ ବିଜେଡ଼ି ପକ୍ଷରୁ ବାଜା, ବାଣ ସହ କର୍ମୀମାନେ ବିରାଟ ପଟୁଆରରେ ବାହାରି ନିଜ ପ୍ରିୟ ନେତା ବିକ୍ରମ କେଶରୀ ଆରୁଖ ଓ ସାଂସଦ ପ୍ରାର୍ଥୀ ଡ଼. ଅଚ୍ୟୁତ ସାମନ୍ତଙ୍କୁ ଏକ ସୁସଜ୍ଜିତ ଖୋଲା ଜିପରେ ମେନ ରୋଡ଼ ଦେଇ ପ୍ରାର୍ଥୀପତ୍ର ଦାଖଲ କରିବାକୁ ପାଛୋଟି ନେଇଥିଲେ।ଭଞ୍ଜନଗର ସହର ଆଜି ଲୋକାରଣ୍ୟ ହେବା ସହ ବିଜେଡ଼ିର ପ୍ରଚାରରେ ଦୁଲୁକୁଥିଲା।ଯାହାକୁ ଦେଖି ବିରୋଧୀ ଶିବିରରେ ଆତଙ୍କ ସୃଷ୍ଟି ହୋଇଥିଲା।ନିଜ ସମର୍ଥକମାନଙ୍କୁ କୃତଜ୍ଞତା ଜଣାଇବା ସହ ଶ୍ରୀ ଆରୁଖ ନାମାଙ୍କନ ପତ୍ର ଦାଖଲ କରିଥିଲେ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକ ପ୍ରିୟତା ଓ ବିଜେଡ଼ିକୁ ଭଲ ପାଇବା ଯୋଗୁଁ ଭଞ୍ଜନଗର ଠାରେ ପୁଣିଥରେ ବିଜେଡ଼ି ବିଜୟ ଲାଭ କରିବ ବୋଲି ଶ୍ରୀ ଆରୁଖ ଆଶାବାଦୀ ଅଛନ୍ତି।ଶୋଭାଯାତ୍ରାରେ ତାଙ୍କ ସହିତ ବହୁ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ।
ରିପୋର୍ଟ-  ଜେ କେ ପଟ୍ଟନାୟକ

Leave A Reply

Your email address will not be published.