ବିଏସପି ମାଲକାନଗିରିରୁ ଲଳିତ ମାଡକାମୀ ଓ ଚିତ୍ରକୋଣ୍ଡା ରୁ ରାଜେନ୍ଦ୍ର ପଲାସି ଙ୍କ ନାମ ଘୋଷଣା ।

0 430

ମାଲକାନଗିରି,୧୯/୦୪(ପିପିଟି) :ଆଜି ମାଲକାନଗିରି ଜିଲ୍ଲା ସଦର ମହକୁମାରେ ବିଏସପି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରା ଯାଇ ସମାଜସେବୀ ଲଳିତ ନାରାୟଣ ମାଡକାମୀ ଓ ସୁକୁମାର ଜାଲିଆ ବହୁ ଜନ ସମାଜ ପାର୍ଟିରେ ସାମିଲ ହୋଇଛନ୍ତି। ମାଲକାନଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀ ପାଇଁ ଲଳିତ ନାରାୟଣ ମାଡାକାମୀଙ୍କୁ ବିଧାୟକ ପ୍ରାର୍ଥୀ ଭାବରେ ବିଏସପି ଟିକେଟରେ ଲଢିବା ପାଇଁ ଘୋଷଣା କରାଯାଇଥିବା ବେଳେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ପ୍ରାର୍ଥୀ ଭାବରେ ରାଜେନ୍ଦ୍ର ପଲାସିଙ୍କ ନାମ ଘୋଷଣା କରାଯାଇଛି।
ମାଲକାନଗିରି ଜିଲ୍ଲା ବିଏସପି ସଭାପତି ଜରା ଶବର ମାଢି ଲଳିତ ନାରାୟଣ ମାଡକାମୀ ଏବଂ ରାଜେନ୍ଦ୍ର ପଲାସିଙ୍କୁ ପୁଷ୍ପ ଗୁଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା କରିବା ସହ ସେ ଦୁହିଁଙ୍କ ନାମ ଘୋଷଣା କରିଛନ୍ତି। ପ୍ରକାଶ ଥାଉ କି ଲଳିତ ନାରାୟଣ ମାଡକାମୀ ପୂର୍ବରୁ ସରକାରୀ ଚାକିରି କରୁଥଲେ।ସେ ସରକାରୀ ଚାକିରି ଛାଡି ମାଲକାନଗିରି ନିର୍ବାଚନ ମଣ୍ଡଳୀର ଗାଁ ଗାଁ ବୁଲି ଜନ ସେବା କରୁଥିଲେ । ବର୍ତ୍ତମାନ ନିର୍ବାଚନ ସମୟ ଆସିବା ଯୋଗୁଁ ସେ ଭଉଣୀ ମାୟାବତୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ବହୁ ଜନ ସମାଜ ପାର୍ଟିରେ ସାମିଲ ହୋଇଛନ୍ତି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.