ସୋନପୁର ରେ ପ୍ରିୟବ୍ରତ ଓ ବୀରମହାରାଜପୁର ରେ ପ୍ରଦୀପ ହେଲେ ବିଧାୟକ ପ୍ରାର୍ଥୀ ।

0 299

ସୁବର୍ଣ୍ଣପୁର ,୧୫/୦୪(ପିପିଟି): କଂଗ୍ରେସ ର ପ୍ରାର୍ଥୀ ତାଲିକା ରେ ସୋନପୁର ନିର୍ବାଚନ ମଣ୍ଡଳୀ ପାଇଁ ଯୁବନେତା ପ୍ରିୟବ୍ରତ ସାହୁ ଓ ବୀରମହାରାଜପୁର ପାଇଁ ପ୍ରଦୀପ ସେଠୀଙ୍କ ନାମ ଘୋଷଣା ହୋଇଛି। ଉଭୟେ ଏକ ଯୁବ ସଂଗଠକ ଭାବରେ ଦୀର୍ଘ ବର୍ଷ ହେଲା କାମ କରି ଆସୁଛନ୍ତି। ଉଭୟେ ଜିଲ୍ଲାର ବିଭିନ୍ନ ସାମାଜିକ ସଂଗଠନ ସହ ଜଡ଼ିତ ଥିବା ସହ କଂଗ୍ରେସ ର ବିଭିନ୍ନ ସାଂଗଠନିକ ପଦପଦବିରେ ରହିଥିବା କାରଣରୁ ଉଭୟ ନିର୍ବାଚନ ମଣ୍ଡଳୀ ପାଇଁ ଏମାନେ ବେଶ ପରିଚିତି ଅଛନ୍ତି। ବିଶେଷ କରି ଚଳିତ ନିର୍ବାଚନ ମୈଦାନରେ ସୋନପୁର ଓ ବୀରମହାରାଜପୁର ପାଇଁ ଯୁବକ ମାନଙ୍କ ଉପରେ କଂଗ୍ରେସ ଦଳ ଆସ୍ଥା ପ୍ରକଟ କରିଥିବାରୁ ଏଥର ର ନିର୍ବାଚନ ଏକ ରୋଚକ ପରିସ୍ଥିତି ଦେଇ ଗତି କରିବ ବୋଲି ଜିଲ୍ଳାର ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି। ତାଙ୍କ ଉପରେ ଦଳ ଆସ୍ଥା ଭାଜନ କରିଥିବାରୁ ଉଭୟ ଯୁବ ନେତା ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଙ୍କୁ କୃତଜ୍ଞତା ଜଣାଇଛନ୍ତି l ଏବଂ ପୁରୁଖା ଓ ଅଭିଜ୍ଞ ନେତା ମାନଙ୍କ ସହିତ ଲଢେଇ ପାଇଁ ପ୍ରସ୍ତୁତି ଜୋରଦାର କରିଛନ୍ତି l

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.