ସୁରଜ ବେହେରା ପାଇଲେ ରାଧାନାଥ ରଥ ଫେଲୋସିପ୍‍ ।

0 364

ମାଲକାନଗିରି,୧୩/୦୪(ପିପିଟି) : ମାଲକାନଗିରି ଜିଲ୍ଲାର ଏମଭି – ୭୯ ର ଯୁବକ ସରୋଜ କୁମାର ବେହେରା ପାଇଲେ ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମରେ ରାଧାନାଥ ରଥ ଫେଲୋସିପ୍‍ । ଶ୍ରୀକାନ୍ତ ବେହେରା ଓ ଅନିତା ବେହେରା ଙ୍କ ବଡ଼ ପୁଅ ହେଉଛନ୍ତି ସୁରଜ କୁମାର ବେହେରା। ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି),ଢେଙ୍କାନାଳର ଚଳିତ ଶିକ୍ଷାବର୍ଷର ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମ ପାଇଁ ପ୍ରଦାନ କରାଯାଇଛି ଫେଲୋସିପ୍ । ଫେଲୋସିପ୍‍ ବାବଦକୁ ତାଙ୍କୁ ମାନପତ୍ର ସହ ଦଶ ହଜାର ଟଙ୍କା ପ୍ରଦାନ କରାଯାଇଛି। ଆଇଆଇଏମ୍‍ସିର ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ଫେଲୋସିପ୍‍ ପ୍ରଦାନ କରାଯାଇଛି ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ ସାମ୍ବାଦିକତା କ୍ଷେତ୍ରରେ ରାଧାନାଥ ରଥ ଓ ସତ୍ୟ ମହାପାତ୍ରଙ୍କ ଅବଦାନ କଥା ଉଲ୍ଲେଖ କରିଛନ୍ତି ।
ଆଇଆଇଏମ୍‍ସିରେ ୨୦୦୨-୦୩ ଶିକ୍ଷା ବର୍ଷରୁ ରାଧାନାଥ ରଥ ସ୍ମାରକୀ ଫେଲୋସିପ୍‍ ପ୍ରଦାନ କରାଯାଇଆସୁଛି । ଓଡ଼ିଶାରେ ସାମ୍ବାଦିକତା କ୍ଷେତ୍ରରେ ପ୍ରବାଦ ପ୍ରତିମ ରାଧାନାଥ ରଥଙ୍କ ପରଲୋକ ପରେ ତାଙ୍କ ପୁଅ ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ନୀଳକଣ୍ଠ ରଥ ଏହି ଫେଲୋସିପ୍‍ ପ୍ରଦାନ କରୁଛନ୍ତି ।
ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମରେ ଉତ୍କର୍ଷତା ପାଇଁ ଦିଆଯାଉଥିବା ରାଧାନାଥ ରଥ ଫେଲୋସିପ୍‍ ପାଇଥିବା ଶିକ୍ଷାର୍ଥୀମାନେ ଦେଶ ବିଦେଶରେ ନିଜ ପ୍ରତିଭା ପ୍ରତିପାଦନ କରି ବେଶ୍‍ ପ୍ରଶଂସା ସାଉଁଟିଛନ୍ତି । ଗଣ ଯୋଗାଯୋଗ, ସାମ୍ବାଦିକତା, ଭାରତୀୟ ପ୍ରଶାସନିକ ସେବା ଆଦି ବିଭିନ୍ନ କ୍ଷେତ୍ରରେ ଏହି ଶିକ୍ଷାର୍ଥୀମାନେ ଆସୀନ ହୋଇ ସଂସ୍ଥାନ ପାଇଁ ଗୌରବ ଆଣିଦେଇଛନ୍ତି । ସୁରଜ ପିଲାଟି ଦିନରୁ ସମ୍ବାଦିକତା ପ୍ରତି ତାଙ୍କର ଥିବା ଦୁର୍ବଳତା ତାଙ୍କୁ ଆଜି ଏହି ଜାଗାକୁ ନେଇ ପାରିଥିବା ମତ ରଖିଛନ୍ତି।ସେ ମାଲକାନଗିରି ଜିଲ୍ଲାରୁ ପିଲାଦିନେ ନିଜ ଅଞ୍ଚଳର ଜିଲ୍ଲା ପ୍ରତିନିଧି ମାନଙ୍କ ଠାରୁ ବହୁତ୍ କିଛି ଶିଖି ସେମାନଙ୍କୁ ନିଜର ଆଦର୍ଶ ମନେ କରି ଆସୁଥିଲେ। ତେଣୁ ସେ ଆଜି ଏହି ସମ୍ମାନ ଜନକ ପୁରସ୍କାର ପାଇଥିବା ମତ ରଖିଛନ୍ତି।ପୂର୍ବରୁ ସୁରଜ କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଗଣମାଧ୍ୟମ ବିଭାଗରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ତାଙ୍କୁ ଏହି ସମ୍ମାନ ମିଳିବା ପରେ ବିଭିନ୍ନ ଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.