ସୁଯୋଗ ମିଳିଲେ ବେଗୁନିଆ ବୋଲଗଡ଼ ବିଜେଡି ତରଫରୁ ପାର୍ଥୀ ହେବି।

0 302

ରାଜସୁନାଖଳା ,୦୫/୦୪(ପିପିଟି): ରାଜସୁନାଖଳା ନିକଟସ୍ଥ କୋଟଗଡ଼ ପାର୍କ ପରିସରରେ ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀର ସମାଜସେବୀ ତଥା ଆଶାୟୀ ଯୁବନେତା ମନୋଜ କୁମାର ପ୍ରଧାନ ସାମ୍ବାଦିକ ମାନଙ୍କୁ ନେଇ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟ କ୍ରମ ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବୋଲଗଡ ବେଗୁନିଆ ନିର୍ବାଚନ ମଣ୍ଡଳୀର ବହୁ ସାମ୍ବାଦିକ ମାନେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ ମନୋଜ କୁମାର ପ୍ରଧାନ। ସେ ମୁଖ୍ୟ ମନ୍ତ୍ରୀ ଙ୍କ ଆଦର୍ଶ ତଥା କାର୍ଯ୍ୟ ଶୈଳୀରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ଇଛା ବ୍ୟକ୍ତ କରିଥିବା କହିଛନ୍ତି ଶ୍ରୀ ପ୍ରଧାନ। ତେବେ ବିଜେଡି ପକ୍ଷରୁ ସୁଯୋଗ ମିଳିଲେ ଶ୍ରୀ ପ୍ରଧାନ ଉକ୍ତ ଅଞ୍ଚଳରେ ବିଭିନ୍ନ ବିକାଶ ମୂଳକ କରିବେ ବୋଲି ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଛନ୍ତି। ନିର୍ବାଚନ ମଣ୍ଡଳୀ ରେ ବାକି ରହିଥିବା କେତେକ ମୁଖ୍ୟ କାର୍ଯ୍ୟ ଯଥା ଶିଳ୍ପ,ଶିକ୍ଷା,ସ୍ୱାସ୍ତ୍ୟ,ବେକାରି ସମସ୍ୟା ତଥା ଅଞ୍ଚଳରେ କୃଷିକୁ ଜଳ ସେଚନ ର ସୁବିଧା ଆଦି କାର୍ଯ୍ୟ ଗୁଡ଼ିକ ଉଦ୍ୟମ କରିବେ ବୋଲି କହିଥିଲେ ମନୋଜ ପ୍ରଧାନ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.