ଭୁବନେଶ୍ୱର,୨୭/୦୩(ପିପିଟି): ମାଛ ର ଇତିହାସ ପୁରାଣ ଯୁଗରୁ ରହିଆସିଛି । ମାତ୍ର ଦୁଇ ଦଶନ୍ଧିରୁ ଅଧିକ କାଳ ହେବ ୫୦୦ରୁ ଅଧିକ ପ୍ରଜାତିର ମାଛ ବଂଶ ଲୋପ ପାଇଗଲାଣି । ମାଛ ବୃଦ୍ଧି ଲାଗି ନିଶିଧ ଔଷଧ ବ୍ୟବହାର ଫଳରେ ପାଣି ଦୂଷିତ ହେବା ସହ ମାଛ କ୍ରମାଗତ ଲୋପ ପାଇ ଚାଲିଛନ୍ତି ବୋଲି ମାଛ କଥା ଲେଖକ ବିଶିଷ୍ଟ ଜୈବ ଚାଷୀ ନଟବର ଷଡ଼ଙ୍ଗୀ ମତପ୍ରକାଶ କରିଛନ୍ତି । ସ୍ଥାନୀୟ ଲୋହିଆ ଏକାଡେମୀ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ର ରେ ସମଦୃଷ୍ଟି କାର୍ଯ୍ୟନିର୍ବାହୀ ସମ୍ପାଦକ ବିଘ୍ନେଶ୍ୱର ସାହୁଙ୍କ ସ୍ବାଗତ ଭାଷଣ ପରେ ସମଦୃଷ୍ଟି ସମ୍ପାଦକ ସୁଧୀର ପଟ୍ଟନାୟକ ସାଥି ରାଜେନ୍ଦ୍ର ଷଡ଼ଙ୍ଗୀଙ୍କ ୧୭ତମ ସ୍ମୃତି ଦିବସ ଅବସରରେ ତାଙ୍କ ପିତା ଲେଖିଥିବା ପୁସ୍ତକ ମାଛ କଥାକୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପିକା ଡ଼. ଉଷାରାଣୀ ଆଚାର୍ଯ୍ୟ ଲୋକାର୍ପଣ କରିଥିଲେ । ପରେ ପ୍ରାଧ୍ୟାପକ ବୀରେନ୍ଦ୍ର ନାୟକ ପୁସ୍ତକର ଉପାଦେୟତା ଏବଂ ଆଗାମୀ ପୀଢ଼ି ସକାଶେ ଏକ ସୁନ୍ଦର ଦସ୍ତାବେଜ ବୋଲି ଅଭିହିତ କରିଥିଲେ । ଲେଖକ ନଟବର ଷଡ଼ଙ୍ଗୀଙ୍କ ସହ ଏକ ପ୍ରଶ୍ନୋତ୍ତରି କାର୍ଯ୍ୟକ୍ରମରେ ନଟବର ବାବୁ ବହୁ ଅନାଲୋଚିତ ବିଷୟ ରେ ଆଲୋକପାତ କରିଥିଲେ । ଅପରାହ୍ନରେ ପ୍ରାଚୀ ନଦୀର ଇତିହାସ ସମ୍ପର୍କରେ ଏକ ଫଟୋ ପ୍ରଦର୍ଶନୀ ହୋଇଥିଲା । ସାମ୍ବାଦିକ ବିଘ୍ନେଶ୍ୱର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।