ମାଲକାନଗିରି ,୧୫/୦୩(ପିପିଟି) : ମାଲକାନଗିରି ଜିଲ୍ଲା ପୋଲିସକୁ ମିଳିଛି ବଡ ସଫଳତା। ଆଜି ମାଲକାନଗିରି ଏସପି ଓ ଦକ୍ଷିଣ ପଶ୍ଚିମାଞ୍ଚଳ ଡ଼ିଆଇଜିଙ୍କ ନିକଟରେ ଦୁଇ ଜଣ କୁଖ୍ୟାତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ତେବେ ଏହି ଦୁଇ ଜଣଙ୍କ ନାମ କଡ଼ତି ହୁରା ଏବଂ ଗଙ୍ଗା କାର୍ତ୍ତାମି ବୋଲି ଜଣାପଡିଛି । ମାଲକାନଗିରି ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡ଼ିଆଇଜି ଚରଣ ସିଂ ମୀନା ସୂଚନା ଦେଇଛନ୍ତି । ଏହି ଦୁଇ ମାଓବାଦୀ ଅନେକ ବଡ଼ ବଡ଼ ହିଂସାକାଣ୍ଡ ରେ ଜଡିତ ଥିବାବେଳେ ଏମାନଙ୍କ ନାମରେ ୬ ଲକ୍ଷ ଲେଖାଏଁ ପ୍ରତି ମାଓବାଦୀଙ୍କ ନାମରେ ପୁରସ୍କାର ଘୋଷଣା କରାଯାଇଅଛି । ତେବେ ଏମାନେ ମାଓ ସଙ୍ଗଠନରେ ବଡ଼ ଓ କ୍ୟାଡ଼ର ମାଓବାଦୀଙ୍କ ଅତ୍ୟାଚାର ସହ ସଙ୍ଗଠନ ନିଜର ନୀତି ଆଦର୍ଶରୁ ଓହରି ଯାଇଥିବାରୁ ଏମାନେ ସାଧାରଣ ଜୀବନ ଯାପନ କରିବା ନିମନ୍ତେ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି । ଆଜିର ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ମାଲକାନଗିରି ଏସପି ନିତେସ ୱାଧୱାନି ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)