ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ କୋଦଳା ପୋଲିସର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ।

0 340

କୋଦଳା,୦୭/୦୩(ପିପିଟି): ୨୦୨୪ ସାଧାରଣ ନିର୍ବାଚନ ଆଉ ଦିନ କେତୋଟି ବାକିଥିବା ବେଳେ, ନିର୍ବାଚନକୁ ଶାନ୍ତି ଶୃଙ୍ଖଳା,ତ୍ରୁଟିହୀନ ଓ ନିରପେକ୍ଷ ଭାବେ ଶେଷ ହେବ ତାକୁ ନେଇ କୋଦଳା ପୋଲିସ ର ତତ୍ପରତା ଦେଖାଦେଇଛି !ଆଇନ ଶୃଙ୍ଖଳା ଯେପରି ଭଙ୍ଗ ନ ହୁଏ ସେଥିପ୍ରତି ପୋଲିସ ସତର୍କତା ଅବଲମ୍ବନ କରି ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଆଜିଠାରୁ କାର୍ଯ୍ୟରେ ଲାଗିପଡିଛନ୍ତି । କୋଦଳା ଥାନା ଅଧୀନରେ ୧୦ ଗୋଟି ପଞ୍ଚାୟତ ଓ ଗୋଟିଏ ଏନ୍ଏସି ଥିବାବେଳେ, ସେଠାରେ ହେବାକୁ ଥିବା ପ୍ରତ୍ୟକ ବୁଥରେ ଯେମିତି ଶାନ୍ତି ଶୃଙ୍ଖଳା ର ସହିତ ଭୋଟଦାନ ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେଇ ଆଗୁଆ ପୋଲିସ ଫୋର୍ସ ମଗାଇଛନ୍ତି କୋଦଳା ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରା ।କୋଦଳା ଏନ୍ଏସି ନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ସହାୟତା ନେଇ ଏନଏସି କଲ୍ୟାଣ ମଣ୍ଡପ ପରିସର ରେ ଏକ କମ୍ପାନୀ କେନ୍ଦ୍ରୀୟ ଶସସ୍ତ୍ର ପୁଲିସ ବଳ ସହିତ କୋଦଳା ପୋଲିସ ତତ୍ପରତା ଦେଖାଇଛନ୍ତି । ଗୁରୁବାର ସନ୍ଧ୍ୟାରେ ଥାନା ଅଧିକାରୀଙ୍କ ନେତୃତ୍ୱରେ କମ୍ପାନୀ କମାଣ୍ଡାରଙ୍କ ସହିତ ସମସ୍ତ ପୋଲିସ ବଳ ଫ୍ଲାଗ ମାର୍ଚ୍ଚ କରି କୋଦଳାର ସମସ୍ତ ଅଞ୍ଚଳ ବୁଲି ଲୋକମାନଙ୍କୁ ସଚେତନ କରାଇଥିବା ଦେଖିବାକୁ ମିଳିଥିଲା । ଯେଉଁଠାରେ କିଛି ବି ବିଶୃଙ୍ଖଳା ଦେଖାଦେଲେ କଦାପି ବରଖାସ୍ତ କରାଯିବ ନାହିଁ ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ଥାନା ଅଧିକାରୀ । ପେଶାଦାର ଅପରାଧୀ ଏବଂ ଯେଉଁ ମାନଙ୍କ ମଧ୍ୟରେ ସଂଗୀନ ଅପରାଧ ମାମଲା ରେକର୍ଡ ଅଛି ସେମାନଙ୍କ ଗତିମତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି, ଆବଶ୍ୟକ ପଡିଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ଆଇ ଆଇ ସି । ନିର୍ବାଚନ ତାରିଖ ଘୋଷଣା ନ ହେଉଣୁ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର କୋଦଳା ଠାରେ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ପରିଚାଳନା କରିବା ନିମନ୍ତେ ଆଗୁଆ ପଦକ୍ଷପ ନେଇଥିବାରୁ କୋଦଳା ପୋଲିସର ଏହି ଉଦ୍ୟମକୁ ବର୍ତ୍ତମାନ ଠାରୁ ଜନସାଧାରଣ ପ୍ରସଂଶା କରିବା ସହିତ ଆଗାମୀ ଦିନରେ ନିଶ୍ଚିତ ସୁଚାରୁ ରୂପେ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ବୋଲି ଆଶା ରଖିଛନ୍ତି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Leave A Reply

Your email address will not be published.