ନୂତନ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ଦାୟିତ୍ୱ ଗ୍ରହଣ ।

0 662

ଭଞ୍ଜନଗର,୦୬/୦୩(ପିପିଟି) : ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଆଜି ଭଞ୍ଜନଗର ଉପଖଣ୍ଡର ନୂତନ ଆରକ୍ଷୀ ଅଧିକ୍ଷକ ଭାବେ ସୁଜିତ କୁମାର ନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି।ଏହା ପୂର୍ବରୁ ଶ୍ରୀ ନାୟକ ଚିକିଟି ଠାରେ ମଧ୍ୟ ଏହି ପଦବୀରେ କାର୍ଯ୍ୟରତ ଥିଲେ।ଏଠାରେ କାର୍ଯ୍ୟଭାର ଗ୍ରହଣ କରିବା ପରେ ଶ୍ରୀ ନାୟକ ଆଇନ ଶୃଙ୍ଖଳା ବଜାୟ ରଖିବା ସହ ଆଗାମୀ
ଦଣ୍ଡଯାତ୍ରା ଓ ନିର୍ବାଚନକୁ ଦୃଷ୍ଟିରେ ରଖି ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି।ଏଥି ପୂର୍ବରୁ ଏଠାରେ ଏସଡ଼ିପିଓ ଦାୟିତ୍ୱରେ ଥିବା ବିଶ୍ଵାମିତ୍ର ହରପାଲଙ୍କୁ ଶ୍ରୀ ନାୟକଙ୍କ ପୂର୍ବ ସ୍ଥାନ ଚିକିଟିକୁ ବଦଳି ହୋଇଥିବା ଜଣାପଡିଛି।ଆଜି କାର୍ଯ୍ୟରେ ଯୋଗ ଦେବା ପରେ ଶ୍ରୀ ନାୟକଙ୍କୁ ଭଞ୍ଜନଗର ଆଇଆଇସି କୁମର ମୁଦୁଲିଙ୍କ ସମେତ ଅନ୍ୟମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.