ଏନ ଏ ସି ମାନ୍ୟତା ଦାବିରେ ବୋଲଗଡ଼ ବନ୍ଦ।

0 280

ବୋଲଗଡ଼,୨୮/୦୨(ପିପିଟି): ବୋଲଗଡକୁ ବିଜ୍ଞାପିତ ପରିଷଦ ରେ ଘୋଷଣା କରିବାକୁ ଦାବି ନେଇ ଆଜି ବୋଲଗଡ ବନ୍ଦ ଶୋଭାଯାତ୍ରା କରିବା ସହିତ ୫୭ନମ୍ବର ଜାତୀୟ ରାଜପଥକୁ ଅବରୋଧ କରାଯାଇଛି। ବୋଲଗଡ ବିଜ୍ଞାପିତ ପରିଷଦ କ୍ରିୟାନୁଷ୍ଠାନ କମିଟିର ଆହ୍ବାନ କ୍ରମେ ଆଜି ଶତାଧିକ ବୋଲଗଡ଼ର ଜନସାଧାରଣ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରୁ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସରକାରୀ ଦପ୍ତର ବନ୍ଦ କରିଛନ୍ତି । ସେପଟେ ସ୍ଵତଃ ପ୍ରବୃତ୍ତ ଭାବେ ଆଜି ସକାଳୁ ଦୋକାନ ବଜାର ବନ୍ଦ ରହିଛି। ଦିନ ୧୧ଟାରୁ ଏକଘଣ୍ଟା ପାଇଁ ୫୭ନମ୍ବର ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ଅବରୋଧ କରାଯାଇ ସରକାରଙ୍କୁ ଦାବି ଉପସ୍ଥାପନ କରାଯାଇଛି ।ତେବେ ପରେ ବୋଲଗଡ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ବୋଲଗଡ ବିଜ୍ଞାପିତ ପରିଷଦ କ୍ରିୟାନୁଷ୍ଠାନ କମିଟି ତରଫରୁ କୁହାଯାଇଥିବା ବେଳେ ଆଗାମୀ ଦିନରେ ଖୁବଶୀଘ୍ର ରାଜ୍ଯ ସରକାର ବୋଲଗଡକୁ ଏନ ଏ ସି ଘୋଷଣାକୁ ନ କଲେ ଆଗାମୀ ଦିନରେ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି କୁହାଯାଇଛି। ଏହି ଆନ୍ଦୋଳନ ରେ କ୍ରିୟାନୁଷ୍ଠାନ କମିଟି ର ସଭାପତି କୃଷ୍ଣ ମୋହନ ପାଲଟା ସିଂହ, ରଘୁନାଥ ଷଡଙ୍ଗୀ, ରବିନ୍ଦ୍ର କୁମାର ପରିଡା, ଗୋପୀନାଥ ଖାଡେଙ୍ଗା,ଅକ୍ଷୟ କୁମାର ପଟ୍ଟନାୟକ ଙ୍କ ସମେତ ବହୁ ଜନସାଧାରଣ ସାମିଲ୍ ହୋଇଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.