୧୯ତମ ପାତାଳୀ ମହୋତ୍ସବ ଉଦଯାପିତ ।

0 65

ଉଲୁଣ୍ଡା ,୧୮/୦୨(ପିପିଟି) : ଗତ ୧୦ତାରିଖରୁ ସୁବର୍ଣ୍ଣପୁର ଜିଲ୍ଲାଉଲୁଣ୍ଡା ବ୍ଲକ ପାତାଳି ଶ୍ରୀକ୍ଷେତ୍ର ଠାରେ ଚାଲିଥିବା ନୃତ୍ୟ ଗୀତ ଯଜ୍ଞ ପାରାୟଣ ନାମ ସଙ୍କୀର୍ତ୍ତନ ର ମହାନ୍ ପାର୍ବଣ ପାତାଳି ମହୋତ୍ସବ ଉଦଯାପିତ ହୋଇଯାଇଛି।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବଲାଙ୍ଗୀର ସାଂସଦ ତଥା ଗୃହ ନିର୍ମାଣ ନିଗମ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ସମ୍ମାନିତ ଅତିଥି ଭାବରେ ଉଲୁଣ୍ଡା ରେଞ୍ଜର ସଂଜୀବ ରାଉତ ଯୋଗ ଦେଇଥିଲେ। ମହୋତ୍ସବ ଆରମ୍ଭ ରୁ ଚାଲିଥିବା ୫୬ପ୍ରହରୀ ନାମଯଜ୍ଞ, ଘୃତ ଯଜ୍ଞ, ଭାଗବତ ସପ୍ତାହ ପାରାୟଣ ସମ୍ପନ୍ନ ହୋଇଥିବା ବେଳେ ଆଜିର ସଂକୀର୍ତ୍ତନ ବୈଠକୀ -ମୁଣ୍ଡୋମହୁଲ ଓ କାଇଁଶିପାଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ପ୍ରତିଟି ଦିନର କାର୍ଯ୍ୟକ୍ରମ ମଧ୍ୟରେ କଳଶ ଶୋଭାଯାତ୍ରା, ୫୬ପ୍ରହରୀ ନାମଯଜ୍ଞ, ଘୃତ ଯଜ୍ଞ, ଭାଗବତ ସପ୍ତାହ ପାରାୟଣ, ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରବଚନ, ସଭା, ଗୀତ, ନୃତ୍ୟ, ଦୁଲଦୁଲି, ସଂକୀର୍ତ୍ତନ ବୈଠକୀ, ମେଜିକ ସୋ, ରକ୍ତଦାନ ଶିବିର, ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ ରେ ଜନସାଧାରଣଙ୍କ ମଧ୍ୟରେ ଏକ ଅପୂର୍ବ ସମନ୍ବୟ ଦେଖାଯାଇଥିଲା। ପୂଜକ ଭାବରେ ଦେବାର୍ଚ୍ଚନ ଦାଶ କାର୍ଯ୍ୟ ତୁଲାଇଥିଲେ । ଟ୍ରଷ୍ଟ ର ସଂପାଦକ ଉତ୍ତର କୁମାର ପାତ୍ର, ପୂର୍ଣ୍ଣଚନ୍ଦ୍ର ପାଢୀ, ମହାଦେବ ସାହୁ, ଜାନକୀରାମ ଦେହେରୀ, ଜଗଦିଶ କର୍ଣ୍ଣ,ନଳିନୀ କାନ୍ତ ବାଘ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ରିପୋର୍ଟ- ଶାନ୍ତୁନୁ କୁମାର କର୍ଣ

Leave A Reply

Your email address will not be published.