ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓଙ୍କ ୮୭ ବର୍ଷରେ ପରଲୋକ,ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ।

0 546

ବ୍ରହ୍ମପୁର,୧୦/୦୨(ପିପିଟି): ଖଲ୍ଲିକୋଟ ରାଣୀ ତଥା ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓଙ୍କ ୮୭ ବର୍ଷ ବୟସରେ ପରଲୋକ ହୋଇଯାଇଛି। ତାମିଲନାଡୁର ଚେନ୍ନାଇ ସ୍ଥିତ ଆପୋଲ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଚେନ୍ନାଇ ଯାଇ ରାଣୀ ଭି ସୁଜ୍ଞାନ କୁମାରୀ ଦେଓଙ୍କ ସ୍ବାସ୍ଥ୍ଯ ଅବସ୍ଥା ବୁଝିଥିଲେ । 5t ଅଧ୍ୟକ୍ଷ ଭି କେ ପାଣ୍ଡିଆନ, ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ,ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଚେନ୍ନାଇ ଯାଇ ସ୍ବାସ୍ଥ୍ଯ ଅବସ୍ଥା ବୁଝିଥିଲେ। କିନ୍ତୁ ମଧ୍ଯ ରାତ୍ରରେ ରାଣୀଙ୍କ ପରଲୋକ ହୋଇଯାଇଛି। ହସ୍ପିଟାଲରେ ରାଣୀଙ୍କ ପୁତୁରା ଡ.ସାକେଥ୍ ରାମାରାଓ,ଝିଆରୀ, ଭାଇ, ଭଉଣୀ ଓ ଯୁବ ନେତା ସୀତାରାମ ପାଣିଗ୍ରାହୀ ଉପସ୍ଥିତ ଥିଲେ। ରାଣୀ ଭି.ସୁଜ୍ଞାନ କୁମାରୀ ଦେଓ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରୁ ୮ ଥର ଏବଂ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରୁ ୨ଥର ବିଧାୟିକା ଭାବରେ ନିର୍ବାଚିତ ହୋଇଥିଲେ। ତାଙ୍କର ନିଷ୍ଠାପର ରାଜନୀତି ପାଇଁ ସେ ଜନ ପ୍ରିୟ ହୋଇପାରିଥିଲେ। ମନ୍ତ୍ରୀ ପଦ ବିଭିନ୍ନ ସମୟରେ ଗ୍ରହଣ ପାଇଁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ଯ ବିନମ୍ରତାର ସହିତ ପ୍ରତ୍ଯାଖ୍ଯାନ କରିଦେଇଥିଲେ। ଖଲ୍ଲିକୋଟ ରାଜପରିବାର ଶିକ୍ଷା କ୍ଷେତ୍ରରେ ଯେଉଁ ଅବଦାନ ରହିଛି ତାହା ଚିର ସ୍ମରଣୀୟ ହୋଇ ରହିବ। ରାଣୀଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ କରିଛନ୍ତି ସୁଜ୍ଞାନ କୁମାରୀ ଦେଓଙ୍କ ଦେହାନ୍ତ ଖବର ଶୁଣି ମୁଁ ଦୁଃଖିତ । ସୁଜ୍ଞାନ କୁମାରୀ ଦେଓ ୧୦ଥର ବିଧାୟିକା ହୋଇ ଜନସେବା କ୍ଷେତ୍ରରେ ନିଜର ସ୍ବତନ୍ତ୍ର ଛାପ ଛାଡି ଯାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ଓଡିଶାର ରାଜ୍ଯପାଳ ରଘୁବର ଦାସ ଗଭୀର ଶୋକ ପ୍ରକାଶ କରି ଶୋକ ସନ୍ତପ୍ତ ପରିବାର ବର୍ଗ ଓ ଅନୁଗାମୀଙ୍କୁ ସମବେଦନା ଜଣାଇବା ସହିତ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ଓଡିଶାର ଲୋକକ୍ଷେତ୍ରକୁ ତାଙ୍କର ଅବଦାନ ପାଇଁ ଚିରସ୍ମରଣୀୟ ହୋଇରହିବେ ବୋଲି କହିଛନ୍ତି।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଛତିଶଗଡ ରାଜ୍ଯପାଳ,ବିଜେପି ରାଷ୍ଟ୍ରୟୀ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା,ବିଜେପି ରାଜ୍ଯ ସଭାପତି ମନମୋହନ ସାମଲ, ବିରୋଧିଦଳ ନେତା ଜୟ ନାରାୟଣ ମିଶ୍ର, ବିଧାୟକ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ,ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ,ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। ରାଣୀ ଭି.ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକରେ ଖଲ୍ଲିକୋଟ, କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ସମେତ ଗଞ୍ଜାମ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.