ଉତ୍କଳ ସାହିତ୍ୟ ସଂସଦ ତରଫରୁ ବସନ୍ତ କବିତା ଆସର ।

0 80

ମାଲକାନଗିରି,୦୭/୦୨(ପିପିଟି) : ଆଜି ତାର୍ଲାକୋଟା ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରସଙ୍ଗରେ ଉତ୍କଳ ସାହିତ୍ୟ ସଂସଦ ମାଲକାନଗିରି ଆନୁକୂଲ୍ୟରେ ବସନ୍ତ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାହିତ୍ୟିକ ଦୁର୍ଯ୍ୟୋଧନ ମହାରଣା, ସମ୍ମାନିତ ଅତିଥି ଭାବେ କବି କରୁଣାକର ମଲ୍ଲିକ, ସାହିତ୍ୟିକା ସସ୍ମିତା ମଞ୍ଜରୀ କୁରୁ, କବି ସାରଦା ପ୍ରସାଦ ଦାସ, ପ୍ରଭାତୀ ମହାପାତ୍ର, ବିଜୟ ଶବର ମଞ୍ଚାସୀନ ଥିବା ବେଳେ ଉତ୍କଳ ସାହିତ୍ୟ ସଂସଦ ର ପ୍ରତିଷ୍ଠାତା ତଥା ସଭାପତି କେଶବ ଚନ୍ଦ୍ର ନାୟକ ପୌରହିତ୍ୟ
କରିଥିଲେ। ଉତ୍କଳ ସାହିତ୍ୟ ସଂସଦ ମାଲକାନଗିରି ଜିଲ୍ଲାରେ ବିଭିନ୍ନ ସ୍ଥାନରେ କବି ସମ୍ମିଳନୀ କରି ଓଡ଼ିଆ ସାହିତ୍ୟକୁ ପ୍ରସାର ପ୍ରଚାର କରିବା ସହ ନୂତନ କବି ଓ ଲେଖକଙ୍କୁ ସୃଷ୍ଟି କରିବା ଏହି ସଂଗଠନର ମୂଳ ଉଦ୍ଦେଶ୍ୟ ବୋଲି ଶ୍ରୀନାୟକ ପ୍ରକାଶ କରିଥିଲେ। ମାଲକାନଗିରି ଜିଲ୍ଲାରେ ଓଡ଼ିଆ ଭାଷା ସଂକଟ ଦେଇ ଗତି କରୁଥିବା ବେଳେ ଉତ୍କଳ ସାହିତ୍ୟ ସଂସଦ ଦୀର୍ଘ
୩୦ ବର୍ଷ ହେଲା ଓଡ଼ିଆ ଭାଷାକୁ ଜନାଦୃତ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିଛି । ଏହି ସାହିତ୍ୟ ଅନୁଷ୍ଠାନ ତରଫରୁ ବିଭିନ୍ନ ସମୟରେ କବିତା ଆସରର ଆୟୋଜନ କରି କବି ଓ କବୟିତ୍ରୀମାନଙ୍କୁ ଉତ୍ସାହିତ କରିବା ପାଇଁ ମାନପତ୍ର ପ୍ରଦାନ କରି
ସମ୍ମାନିତ କରାଯାଇଥାଏ। ଫଳରେ ନୂତନ କବି ଓ କବୟିତ୍ରୀମାନେ ସୃଷ୍ଟି ହେବା ପାଇଁ ଉତ୍ସାହିତ ହେବେ। ଆଜି ରାଜ୍ଯ ସରକାର ଓଡ଼ିଆ ଭାଷା କଥା ଦୀର୍ଘ ଦିନ ପରେ ଚିନ୍ତା କରିଛନ୍ତି।ମତ୍ର ଓଡ଼ିଆ ଭାଷା ଓ ସାହିତ୍ୟ ପାଇଁ ଯେଉଁ ସଂଗଠନ ଗୁଡିକ ବର୍ଷ ବର୍ଷ ଧରି ବିନା ସରକାରୀ ଅନୁଦାନରେ କାର୍ଯ୍ୟକ୍ରମର ଆୟୋଜନ କରି ଓଡ଼ିଆ ଭାଷାକୁ ପ୍ରଚାର ପ୍ରସାର କରିଛନ୍ତି, କେବେ ମଧ୍ୟ ରାଜ୍ୟ ସରକାର ଉଚିତ୍ ମର୍ଯ୍ୟାଦା ଦେଇନାହାନ୍ତି ବୋଲି ଶ୍ରୀନାୟକ ମତବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥି ଦୁର୍ଯ୍ୟୋଧନ ମହାରଣା କହିଲେ ଯେ ଆମ ମାତୃଭାଷା ଓଡ଼ିଆ, ଏହାର ଉତ୍ଥାନ ପାଇଁ ଆମେ ସମସ୍ତେ ଯତ୍ନବାନ ହେବା ସହିତ କିଛି ନା କିଛି ସାହିତ୍ୟ ସୃଷ୍ଟି କରିବା । ସାହିତ୍ୟିକ କରୁଣାକର ମଲ୍ଲିକ ତାଙ୍କ ସାହିତ୍ୟିକ ଜୀବନୀ ଉପରେ ଆଲୋକପାତ କରିଥିଲେ। ଏହି ପରିପ୍ରେକ୍ଷୀରେ ଶ୍ରୀନାୟକ ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀ -୨୦୨୪ ପାଳନ ଉପଲକ୍ଷେ ମିଳିଥିବା ମାନପତ୍ରକୁ ଉକ୍ତ ବସନ୍ତ କବିତା ଆସରରେ ସମ୍ବର୍ଦ୍ଧିତ
କରିଥିଲେ।ପରେ କବି ଓ କବୟିତ୍ରୀମାନେ କବିତା ପାଠ
କରିଥିବା ବେଳେ ସେମାନଙ୍କୁ ଉତ୍କଳ ସାହିତ୍ୟ ସଂସଦ ତରଫରୁ
ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ସସ୍ମିତା ମଞ୍ଜରୀ କୁରୁ ଧନ୍ୟବାଦ ଅର୍ପଣ କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.