ସେଚାଞ୍ଚଳ ଉନ୍ନୟନ ବିଭାଜନ କନିଷ୍ଠଯନ୍ତ୍ରୀ ଘରେ ଭିଜିଲାନ୍ସ ଚଢାଉ ।

0 307

ମାଲକାନଗିରି ,୩୦/୦୧(ପିପିଟି) :ମାଲକାନଗିରି ଜିଲ୍ଲା ସେଚାଞ୍ଚଳ ଉନ୍ନୟନ ବିଭାଜନ (କାଡ) କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ମହାନ୍ତିଙ୍କ ଘରେ ଓ କାର୍ଯ୍ୟାଳୟରେ ଆଜି ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ସ୍ଥିତ ଭଡ଼ା ଘର ଓ ସରକାରୀ କାର୍ଯ୍ୟାଳୟ ସହ ଭୁବନେଶ୍ବର ଓ ବାଲେଶ୍ବର ବାସ ଭବନ ଉପରେ ଏକା ସମୟରେ ଚଢାଉ କରିଛି ଭିଜିଲାନ୍ସ ବିଭାଗ । ମାଲକାନଗିରି ସମେତ ନିଜ ଘର ଜଳେଶ୍ଵର ଓ ଭୁବନେଶ୍ବରରେ ଥିବା ନିଜସ୍ୱ ଏକ ଫ୍ଲାଟ୍ ଓ ପୋଖରୀପୁଟ ରେ ଥିବା ଶ୍ଵଶୁର ଘର ସମେତ ୬ ଟି ସ୍ଥାନରେ ଏକ କାଳୀନ ଚଢ଼ାଉ ଜାରି ରହିଛି । ସୂଚନା ମୁତାବକ ମାଲକାନଗିରି ଭଡ଼ା ଘରୁ ଏ ପର୍ଯ୍ୟନ୍ତ ୧ ଲକ୍ଷ ୨୦ ହଜାର ଟଙ୍କା ନଗଦ ମିଳିଥିବା ବେଳେ ଏକାଧିକ ବ୍ୟାଙ୍କ୍ ଆକାଉଣ୍ଟର ପାସ୍ ବୁକ ସହ ୩୦ ଟି ଏଟିଏମ୍ ଓ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ । ଜୟପୁର ଭିଜିଲାନ୍ସ ଅତିରିକ୍ତ ଏସପି ଅରୁଣ କୁମାର ନାୟକ ଙ୍କ ତତ୍ବାବଧାନ ରେ ଏହି ଚଢ଼ାଉ ଜାରି ରହିଛି। ବର୍ତ୍ତମାନ ଭିଜିଲାନ୍ସ କର୍ମଚାରୀମାନେ କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମହାନ୍ତିଙ୍କୁ ସାଙ୍ଗରେ ଧରି ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ଅଧିକ ଜେରା କରୁଥିବା ସୂଚନା ମିଳିଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.