ସମାଜସେବୀ ଅରୁଣ କୁମାର ପଟ୍ଟନାୟକ ପାଇଲେ ଭରସା ବନ୍ଧୁ ସମ୍ମାନ।

0 630

ଗଞ୍ଜାମ,୧୨/୦୧(ପିପିଟି): ଗଞ୍ଜାମ ସହର ସ୍ଥିତ ସ୍ବେଚ୍ଛାସେବୀ ଅନୁଷ୍ଠାନ ଭରସା ପକ୍ଷରୁ ରାଜ୍ଯ ସ୍ତରୀୟ ସମାରୋହ ଭୁବନେଶ୍ଵର ଗୀତଗୋବିନ୍ଦ ସଦନ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ଭାବରେ ପୂର୍ବତନ ଉପ ବାଚସ୍ପତି ରାମ ଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଭାବେ ଶିଶିର କୁମାର ପରିଜା, ବିଷ୍ଣୁଚରଣ ଦାସ,ସମାଜସେବୀ ଡକ୍ଟର ସବୀତା ଦାସ,ସ୍ତମ୍ଭକାର ସୁଦର୍ଶନ ଛୋଟରାୟ ପ୍ରମୁଖ ଉପସ୍ଥିତ ଥିଲେ। ଓଡିଶାର ବିଭିନ୍ନ ବର୍ଗରେ ସଫଳ ବ୍ଯକ୍ତିତ୍ବ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଗଞ୍ଜାମ ଜିଲ୍ଲାର ସମାଜସେବୀ ଅରୁଣ କୁମାର ପଟ୍ଟନାୟକଙ୍କୁ ସାମାଜ ସେବା ପାଇଁ “ଭରସା ବନ୍ଧୁ ସମ୍ମାନ “ରେ ସମ୍ମାନିତ କରାଯାଇଛି। ସମାଜସେବୀ ଅରୁଣ କୁମାର ପଟ୍ଟନାୟକ ହେଉଛନ୍ତି କୁକୁଡାଖଣ୍ଡି ର ବାସିନ୍ଦା ।

(ରିପୋର୍ଟ- ସପ୍ନେଶ୍ବର ପାଣିଗ୍ରାହୀ ।)

Leave A Reply

Your email address will not be published.