***ଅଲୋଡା ଶୀତ***

0 74

ତୁମେ ଯଦି କେବେ ଆସିବ ଗୋ ଶୀତ
ପ୍ରେମିକା ହୋଇ ନ ଆସ….
ଏବେ ତ ବିରହ ଯନ୍ତ୍ରଣା ଭୋଗୁଛି
ପ୍ରାଣ କି କରିବ ନାଶ…?
ନ ଆସିବ କେବେ ମୋ ଉଷ୍ମ ଶଯ୍ୟାକୁ
ଶିଶିର ରୂପସୀ ହୋଇ….
ତୁମ ସାନିଧ୍ଯରେ ସର୍ବାଙ୍ଗ ଥରିବ
ଯାତନା ଭୋଗିବି ମୁହିଁ….!!
ଆସିବ ନି କେବେ ସରିତ ବେଶରେ
ଶୀତଳ ସଲିଳ ହୋଇ….
ପିଇବାକୁ ମନ ହେବ ନାହିଁ ଜମା
ଦନ୍ତର ବେଦନା ସହି…!!
ଅଗଣା ପିଣ୍ତାରେ ବସିଛ ଗୋ ଶୀତ
କାହିଁକି ଯାଉ ନ କାହିଁ….
ତୁମ ଡରେ ଏବେ କବାଟ କୀଳିଛି
ସାରା ଏ ରାତ୍ରକ ପାଇଁ…!!
ସୂରୁଜ ଉଇଁଲେ କବାଟ ଖୋଲଇ
ଘରେ ମୁଁ ଲୁଚିଛି ଶୀତେ…..
ବିଟପୀ ନାରୀଙ୍କୁ ଦେଖିଲେ ସୁନର
ବାହୁଡ଼ି ଯାଆନ୍ତି ପଥେ…!!

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନଂ,:୯୪୩୭୭୭୯୪୪୭

Leave A Reply

Your email address will not be published.