ମାଲକାନଗିରିରୁ ଅଯୋଧ୍ୟା ଅଭିମୁଖେ ଦୁଇ ଯୁବକ ପଦଯାତ୍ରାରେ ଗମନ ।

0 73

ମାଲକାନଗିରି ,୨୪/୧୨(ପିପିଟି): ଆଜି ମାଲକାନଗିରି ସଦର ମହକୁମାରୁ ଦୁଇ ଜଣ ଯୁବକ ପଦ ବ୍ରଜରେ ଅଯୋଧ୍ୟା ଅଭିମୁଖେ ଆଗମନ କରିଛନ୍ତି। ସେହି ଦୁଇ ଜଣ ରାମ ଭକ୍ତ ହେଲେ ୧୧୯ କଲୋନୀର ଦିନେଶ ପଟ୍ଟନାୟକ ଏବଂ ଭଗବାନ ଡୁରୁକା।
ଆଉ ମାତ୍ର କେଇ ଦିନର ଅପେକ୍ଷା ଅଯୋଧ୍ୟା ରେ ପ୍ରତିଷ୍ଠା ହେବାକୁ ଯାଉଛି ପ୍ରଭୁ ରାମ ଲାଲା ଙ୍କ ଐତିହାସିକ ମନ୍ଦିର। ଚଳଚଞ୍ଚଳ ହୋଇପଡି଼ଛି ସମଗ୍ର ଭାରତ ବର୍ଷ। ସନାତନୀଙ୍କ ପାଇଁ ପୂରଣ ହେବାକୁ ଯାଉଛି ପାଞ୍ଚଶହ ବର୍ଷର ସପ୍ନ । ତେବେ ଆସନ୍ତା ଜାନୁଆରୀ ୨୨ ତାରିଖ ରେ ଅଯୋଧ୍ୟା ଧାମ ରେ ପ୍ରତିଷ୍ଠା ହେବାକୁ ଯାଉଛି ପ୍ରଭୁ ଶ୍ରୀରାମଙ୍କ ନବ ନିର୍ମିତ ମନ୍ଦିର। ଏହି ଅବସରରେ ଦୁଇ ଜଣ ଯୁବକ ମାଲକାନଗିରି ରୁ ଅଯୋଧ୍ୟା କୁ ପଦଯାତ୍ରା ଆରମ୍ଭ କରିଛନ୍ତି। ଏକ ମାସ ଧରି ଉଭୟଙ୍କର ଯାତ୍ରା ରହିବ। ଦୀର୍ଘ ୧୨୫୦ କିଲୋମିଟରରୁ ଉର୍ଦ୍ଧ୍ବ ପଥ ପାଦରେ ଚାଲି ଚାଲି ଆସନ୍ତା ଜାନୁୟାରୀ ୨୨ ତାରିଖ ରେ ଅଯୋଧ୍ୟାରେ ପହଞ୍ଚିବାର ଲକ୍ଷ୍ଯ ରଖିଛନ୍ତି। ଦୁହିଁଙ୍କ ଯାତ୍ରା ଦେଖି ପ୍ରତ୍ୟେକ ସନାତନୀଙ୍କ ଛାତି ଗର୍ବରେ ଫୁଲିଉଠୁଛି। ଦୁଇ ରାମ ଭକ୍ତ ପ୍ରତ୍ୟେକ ଦିନ ୪୦ ରୁ ଉର୍ଦ୍ଧ୍ବ କିଲୋମିଟର ଯାତ୍ରା କରିବେ ବୋଲି ମତବ୍ୟକ୍ତ କରିଛନ୍ତି। ପ୍ରଭୁ ଶ୍ରୀରାମ ଚନ୍ଦ୍ର ୧୪ ବର୍ଷ ପିତୃ ସତ୍ଯପାଳି ବନ ଗମନ କରିଥିଲା ବେଳେ ମାଲ୍ଯବନ୍ତଗିରିରେ ବର୍ଷା ଚାରି ମାସ ଭାଇ ଲକ୍ଷ୍ମଣ ଏବଂ ସୀତା ରଙ୍କ ସହ ଏଠାରେ ସମୟ ଅତିବାହିତ କରିଥିଲେ।ଏହାର ଜ୍ୱଳନ୍ତ ଉଦାହରଣ ସ୍ୱରୂପ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକର ବଣ୍ଡାଘାଟୀ ରେ ବିଦ୍ୟମାନ ସୀତା କୁଣ୍ଡ । ଏଠାରେ ଦେବୀ ସୀତା ସ୍ନାନ କରିଥିଲେ। ଏବଂ ବଣ୍ଡା ରମଣୀମାନେ ସୀତାଙ୍କ ଦ୍ୱାରା ଅଭିଶପ୍ତ ହୋଇ ଥିଲେ । ସେହିପରି ବାଲିମେଳା ନିକଟରେ ଥିବା ରାମ ବଗିଚା ଓ ରାମ ପାଦ ଅନ୍ୟତମ। ତାମସା ନଦୀ, ଯେଉଁଠି ପ୍ରଭୁ ରାମ ଏବଂ ସୀତା ମାତାଙ୍କ ପାଦ ସ୍ପର୍ଶ ଏଠାରେ ହେବା ସହ ଏହାକୁ ଅତି ପବିତ୍ର ନଦୀ ଭାବରେ ଗ୍ରହଣ କରାଯାଏ । ଏଭଳି ଅନେକ ସ୍ଥାନ ରହିଛି ଯାହାକି ରାମାୟଣରେ ସ୍ଥାନିତ ପାଇଁ ନଥିଲେ ମଧ୍ୟ କିମ୍ବଦନ୍ତୀ ଅକ୍ଷୁର୍ଣ୍ଣ ରହିଛି। ସେହିଭଳି ପବିତ୍ର ସ୍ଥାନ ତାମସା ନଦୀ ରୁ ଏହି ୨ଯୁବକ ଜଳ ସଂଗ୍ରହ କରି ଅଯୋଧ୍ୟା ଅଭିମୁଖେ ବାହାରିଛନ୍ତି। ହାତରେ ଧରିଛନ୍ତି ପ୍ରଭୁ ରାମଙ୍କର ଧ୍ବଜା ଜୟ ଶ୍ରୀରାମ ନାରା ଦେଇ ଉଭୟ ଏହି ଯାତ୍ରା ରେ ବାହାରି ପଡ଼ିଛନ୍ତି। ଆସନ୍ତା ୧ମାସ ପଦଯାତ୍ରା ପରେ ଦୁଇ ରାମ ଭକ୍ତ ସନାତନୀ ଯୁବକ ନିଜର ଗନ୍ତବ୍ୟ ସ୍ଥଳକୁ ପହଞ୍ଚି ନୂତନ ଶ୍ରୀମନ୍ଦିର ପ୍ରାଣ ପ୍ରତିଷ୍ଠାରେ ଯୋଗ ଦେବାର ଆଶା ଅଭିଳାଷ ରହିଛି।

(ରିପୋର୍ଟ :ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି )

Leave A Reply

Your email address will not be published.