ବୋଲଗଡ଼,୨୪/୧୨(ପିପିଟି): ବୋଲଗଡ଼ ବ୍ଳକ ଅନ୍ତର୍ଗତ ପିଚୁକୁଳି କଲ୍ୟାଣ ମଣ୍ଡପ ଠାରେ ନବନିର୍ମାଣ ସଂଗଠନର ଗୁରୁତ୍ବ ପୁର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ନବନିର୍ମାଣ କୃଷକ ସଙ୍ଗଠନ ର ସଂପାଦକ ଅକ୍ଷୟ କୁମାର ରାଉତରାୟ ଚାଷୀ ସରକାର ଗଠନ ପାଇଁ ଆହ୍ୱାନ କରିଥିଲେ। ସେସଦେବ ନନ୍ଦ ଉଦବୋଧନ ରେ ଚାଷୀ ଙ୍କୁ କହିଥିଲେ ଚାଷୀ ସରକାର ହେଲେ ବାର୍ଦ୍ଧକ୍ୟ ଭତା ୨୦୦ ଟଙ୍କା ଓ ଚାଷୀ ଭତା ୨୦୦ ହେବ ବୋଲି ଘୋଷଣା କରିଥିଲେ ,ବେଗୁନିଆ ବୋଲଗଡ଼ ରେ ଚାଷୀ ଏକଜୁଟ ହେବାପାଇଁ ଆହ୍ୱାନ କରିଥିଲେ। ଯୁବକ ଓ ଛାତ୍ର ମାନେ ଏକଜୁଟ ହୋଇ ନିଜର ହକପାଇଁ ଓ ନିଜ ଅଂଚଳ ବିକାଶ ପାଇଁ ଚିନ୍ତା କରିବା ର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ କରିଥିଲେ। ଶ୍ରମିକ ନେତା ଅକ୍ଷୟ ରାଉତରାୟ ବେଗୁନିଆ ବୋଲଗଡ଼ ବ୍ଲକ ର ସମସ୍ତ ମଣ୍ଡି ରେ ଚାଷୀ ଧାନ ବିକ୍ରି ବେଳେ କଟଣି ଛଟାଣି କୁ ବିରୋଧ କରିବାକୁ ଚାଷୀ ଙ୍କୁ ଆହ୍ୱାନ କରିଥିଲେ। ଏହି ବୈଠକରେ ଅଞ୍ଚଳର ଶତାଧିକ ଚାଷୀ ଉପସ୍ଥିତ ଥିଲେ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)