ଓଷ୍ଟା ତରଫରୁ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ-୨୦୨୩ ଅନୁଷ୍ଠିତ ।

0 88

ମାଲକାନଗିରି , ୨୧/୧୨(ପିପିଟି): ମାଲକାନଗିରି ଜିଲ୍ଲା ତୁମୁସା ଗ୍ରାମପଞ୍ଚାୟ ସ୍ଥିତ ପିଟାକଟା ନେତାଜୀ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ- ୨୦୨୩ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଉତ୍କଳ ସାହିତ୍ୟ ସଂସଦ ସଭାପତି,ସୁସାହିତ୍ଯିକ ତଥା ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକଙ୍କ କରକମଳରେ ଜଗତର ନାଥ ଜଗନ୍ନାଥଙ୍କୁ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରିବା ସହ ଉକ୍ତ ମେଳାକୁ ଶୁଭ ଉଦଘାଟନ କରିଥିଲେ ।ସେ କହିଲେ ଯେ ଛାତ୍ରଛାତ୍ରୀମାନେ ବିଦ୍ଯାଧ୍ଯୟନ କରିବା ସହିତ ସେମାନଙ୍କ ଲୁକ୍କାୟିତ ପ୍ରତିଭାକୁ ଚିହ୍ନଟ କରିବା ପାଇଁ ଏହି ଶିଶୁ ମେଳା ଏକ ମାଧ୍ୟମ।ଏହି ମେଳାରେ ୧୦ ଗୋଟି ବିଷୟ ଉପରେ ପ୍ରତିଯୋଗୀତା
କରାଯାଇ ଯେଉଁମାନେ ପ୍ରଥମ ହେବ, ସେମାନେ ଓଡ଼ିଶାରେ ଅଂଶଗ୍ରହଣ କରିବ ।ଶ୍ରୀ ନାୟକ କବିତା ଲେଖିବାର ଶୈଳୀ ବା କଳା ସଂପର୍କରେ ଛାତ୍ରଛାତ୍ରୀଙ୍କୁ ବୁଝାଇବା ସହ ସେ କିପରି ଜଣେ କବି ହେଲେ ଅଭିବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା ସଂପାଦକ ଇର୍ମା କବାସି,ତୁମସା ସରପଞ୍ଚ ଦେବା ମାଡକାମୀ,ଡୁଡାମେଟା ସରପଞ୍ଚ ମାଧବ ମାଢି ଯୋଗଦେଇଥିବା ବେଳେ ଓଷ୍ଟାର ସଭାପତି ଅଲେଖ ଚନ୍ଦ୍ର ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରଧାନଶିକ୍ଷକ ରଞ୍ଜନ କୁମାର ପରିଡା, ସଂପାଦକ ମନୋଜ ମହାପାତ୍ର, ଶିକ୍ଷକ ଦୀନବନ୍ଧୁ ବେଜ,ବାବୁଲା ନାୟକ, ସୁଦର୍ଶନ ସ୍ୱାଇଁ, ରଘୁଦତ୍ତ ମହାପାତ୍ର, ଲମ୍ବୋଦର ରାଉତ, ସୁରେନ୍ଦ୍ରନାଥ ବାରିକ, ମଦନ ମହାପାତ୍ର , ଗିରିଧାରି ସାହୁ , ଜିତୁ ରଞ୍ଜନ ସ୍ଵାଇଁ, ଦିବାକର ମଲ୍ଲିକ, ଜଗବନ୍ଧୁ ମିଶ୍ର, ସୂର୍ଯ୍ୟକାନ୍ତ ନାୟକ, ଶକୁନ୍ତଳା ଓଝା ପ୍ରମୁଖ ଶିକ୍ଷକ,ଶିକ୍ଷିକାଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ବକ୍ତୃତା, ଚିତ୍ରାଙ୍କନ, ଗଳ୍ପ ଲିଖନ, କବିତା ଲିଖନ, ସାଧାରଣ ଜ୍ଞାନ, କୁଇଜ୍‌, ସଂଗୀତ, ଏକକ ଅଭିନୟ ଓ ନୃତ୍ୟ ପ୍ରତିଯୋଗିତା ଆୟୋଜନ ହୋଇଥିଲା । ଶେଷରେ ସୂର୍ଯ୍ୟକାନ୍ତ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.