ଗରୀବ ଅସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ ।

0 436

ଭଞ୍ଜନଗର, ୧୮/୧୨(ପିପିଟି) : ବର୍ତ୍ତମାନ ଚାରିଆଡେ ଶୀତର ଲହରୀ ଜାରି ରହିଛି।ଏଥିରୁ ମୁକ୍ତି ପାଇଁ କିଏ କେଉଁ ପନ୍ଥା ଅବଲମ୍ବନ କରୁଛନ୍ତି।ହେଲେ ଆଜିବି ଖୋଲା ଆକାଶ ତଳେ, କାହା ଘର ପିଣ୍ଡାରେ, ରାସ୍ତା କଡରେ ଅନେକ ଗରୀବ ଅସହାୟ ଅବସ୍ଥାରେ ଅଛନ୍ତି।ତେଣୁ ଏହି ଦୁର୍ଦ୍ଦିନ ସମୟରେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଭଞ୍ଜନଗର ଅଞ୍ଚଳରେ ରହୁଥିବା ଅସହାୟ, ଅବହେଳିତ ଏବଂ କିଛି ମାନସିକ ବିକାରଗ୍ରସ୍ତ ଲୋକଙ୍କୁ ସହାୟତାର ହାତ ବଢାଇଛି ଭଞ୍ଜନଗର ବିପଦର ବନ୍ଧୁ ସ୍ବେଚ୍ଛାସେବୀ ସଙ୍ଗଠନ।ସଙ୍ଗଠନର ସଦସ୍ୟ ମାନେ ରବିବାର ରାତ୍ରୀ ସମୟରେ ଶୀତ କାକରକୁ ଭ୍ରୁକ୍ଷେପ ନ କରି ସେହି ଅସହାୟ ଲୋକଙ୍କ ପାଖରେ ପହଞ୍ଚି ଶୀତ ଦାଉରୁ ରକ୍ଷା ଲାଗି ସେମାନଙ୍କୁ କମ୍ବଳ ପ୍ରଦାନ ସହ କ୍ଷୁଧା ନିବାରଣ ନିମନ୍ତେ କିଛି ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ। ଅନୁଷ୍ଠାନର ସଦସ୍ୟମାନଙ୍କ ଏଭଳି ଜନ ମଙ୍ଗଳ କାର୍ଯ୍ୟ ଯୋଗୁଁ ବିଭିନ୍ନ ମହଲରେ ପ୍ରଶଂସିତ ହୋଇପାରିଛି।ଏହି ସଙ୍ଗଠନ ପକ୍ଷରୁ ବିଭିନ୍ନ ସମୟରେ ରକ୍ତଦାନ, ଶିକ୍ଷା, ଖାଦ୍ୟ, ବସ୍ତ୍ର ବଣ୍ଟନ,ତୀର୍ଥ ଯାତ୍ରା,ଶବ ସତ୍କାର ଭଳି ଅନେକ ଗୁଡିଏ କାର୍ଯ୍ୟକ୍ରମ କରାଯାଇ ମାନବ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଛି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.