ମାର୍କ ବଢାଇ ବିଇଡି,ଶିକ୍ଷୟିତ୍ରୀଙ୍କ ଜାଲିଆତି ଧରାପଡିଲା; କାର୍ଯ୍ଯାନୁଷ୍ଠାନ ବିଳମ୍ବ।

0 996

କବିସୂର୍ଯ୍ୟନଗର,୧୪/୧୨(ପିପିଟି): ଗଞ୍ଜାମ ଜିଲ୍ଲାର ଜାଲ୍ ସାର୍ଟିଫିକେଟ୍ କାରବାରର ଆଉ ଏକ କାରନାମା ପଦାକୁ ଆସିଛି। ଜନୈକ ଶିକ୍ଷୟିତ୍ରୀ ତାଙ୍କର ମାର୍କ ବଢାଇ ନକଲି ସାର୍ଟିଫିକେଟ୍ ବଳରେ ବିଇଡି ପାଠ୍ଯକ୍ରମ ସମାପ୍ତ କରି ଚାକିରି ହାତେଇଥିବା ଭଳି ସାଙ୍ଘାତିକ ପ୍ରମାଣ ସୂଚନା ତଥ୍ଯରୁ ଜଣାପଡିଛି। ସଂପୃକ୍ତ ଶିକ୍ଷୟିତ୍ରୀ ଜଣକ କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ବଡମହୁରୀ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ। ଘଟଣା ସମ୍ପର୍କରେ ଜଣାପଡିଛି ଯେ ଶିକ୍ଷୟିତ୍ରୀ ବନିତା କୁମାରୀ ସାହୁଙ୍କ ସାର୍ଟିଫିକେଟ ସୂଚନା ତଥ୍ଯରେ ବିଇଓ କାର୍ଯ୍ଯାଳୟକୁ ସାମାଜିକ କର୍ମୀ ସମରଜିତ୍ ମହାନ୍ତି ମାଗିଥିଲେ। ବିଇଓ କାର୍ଯ୍ଯାଳୟର ସୂଚନା ତଥ୍ଯ ଚିଠି ନମ୍ବର 31/RTI/23, ତାରିଖ-୦୧/୦୯/୨୦୨୩ ମିଳିଥିବା ବେଳେ ସେଥିରୁ ଜଣାପଡିଛି ଯେ ଦଶମ ଶ୍ରେଣୀରେ ୨୫୧ ମାର୍କ, +୨ ରେ ୩୭୫ ମାର୍କ, +୩ ରେ ୫୧୫ ମାର୍କ ରହିଛି। ଯାହାକି ଯୋଗ୍ଯତା ଭିତିରେ ବିଇଡି ରେ ନାମ ଲେଖାଇବା ସମ୍ଭବ ନୁହେଁ। କିନ୍ତୁ ଶିକ୍ଷୟିତ୍ରୀ ବନିତା କୁମାରୀ ସାହୁ ଦିବାକର ପଟ୍ଟନାୟକ ଉଚ୍ଚତର ଶିକ୍ଷା ଗବେଷଣା ପ୍ରତିଷ୍ଠାନ, ବ୍ରହ୍ମପୁର,କନିଷିରେ ବିଇଡି ନାମ ଲେଖାଇବା ବେଳେ ଦେଇଥିବା ସାର୍ଟିଫିକେଟ ସୂଚନା ତଥ୍ଯରୁ ଜଣାପଡିଛି ଯେ ଦଶମରେ ୪୪୭(୫୯.୬୦%),+୨ ରେ ୫୫୧ ମାର୍କ (୬୧.୨୨%)+୩ ରେ ପ୍ରଥମ ପରୀକ୍ଷାରେ ୪୯୬ ମାର୍କ ରଖିଥାବା ବେଳେ +୩ ଶେଷ ବର୍ଷ ପରୀକ୍ଷାରେ ୫୬୭ ମାର୍କ ଓ ସାର୍ଟିଫିକେଟ ପ୍ରଦାନ କରିଛନ୍ତି। ଶିକ୍ଷୟିତ୍ରୀ ବନିତା କୁମାରୀ ସାହୁଙ୍କ ଜାଲିଆତି ଧରାପଡିବା ପରେ କବିସୂର୍ଯ୍ୟନଗର ବିଇଓ ଅଭିମନ୍ୟୁ ସାହୁ ଜିଲ୍ଲା ଶିକ୍ଷାଧିକାରୀ ଓ ବିଇଡି କଲେଜ ପ୍ରିନ୍ସିପାଲଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିଛନ୍ତି। ଏପର୍ଯ୍ୟନ୍ତ କୌଣସି ବିଭାଗୀୟ ଓ ଆଇନଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। କାର୍ଯ୍ଯାନୁଷ୍ଠାନ ନହେଲେ ଉଚ୍ଚ ନ୍ୟାୟାଳୟକୁ ଯିବେ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

(ରିପୋର୍ଟ- ସପ୍ନେଶ୍ବର ପାଣିଗ୍ରାହୀ )

Leave A Reply

Your email address will not be published.