ମାଲକାନଗିରି,୦୭/୧୨(ପିପିଟି): ମାଲକାନଗିରି ଜିଲ୍ଲା ସିପିଆଇ (ଏମ) ତରଫରୁ ଆଠ ଦଫା ଦାବି ଚିତ୍ରକୋଣ୍ଡା ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି।
ମାଲକାନଗିରି ଜିଲ୍ଲା ସିପିଆଇ (ଏମ) ଜିଲ୍ଲା ସଂପାଦକ ବ୍ରଜ ମାଝୀଙ୍କ ନେତୃତ୍ବରେ ଚିତ୍ରକୋଣ୍ଡା ଆମ୍ବେଦକର ଛକରୁ ଏକ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କଲା ପରେ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ସେଠାରେ ସାଧାରଣ ସଭା କରାଯିବା ପରେ ସ୍ଥାନୀୟ ତହସିଲଦାରଙ୍କୁ ଆଠ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଉକ୍ତ ଦାବି ଗୁଡ଼ିକ ହେଲା: କେନ୍ଦ୍ର ସରକାରଙ୍କ କରିଥିବା ଜଙ୍ଗଲ ଆଇନ-୨୦୨୩ ସଂଶୋଧନକୁ ବାତିଲ କରିବା, ଓଡ଼ିଶା ରାଜ୍ଯରେ ପେସା ଆଇନକୁ ଲାଗୁ କରିବା, ଗ୍ରାମ ସଭାକୁ ଅଗ୍ରାଧିକାର ଦେବା, ଆଦିବାସୀ ଜମି ଅଧିକାରର ସୁରକ୍ଷା ପାଇଁ ୧୯୫୬ ଆଇନ ଲାଗୁ କରିବା, ସମସ୍ତ ଆଦିବାସୀ ଓ ପାରମ୍ପରିକ ଅଧିବାସୀମାନଙ୍କୁ ଜଙ୍ଗଲ ଅଧିକାର ଆଇନ ବଳରେ ୧୦ ଏକର ପର୍ଯ୍ୟନ୍ତ ପଟା ପ୍ରଦାନ, ଜମି ପାଇଥିବା ଲୋକମାନଙ୍କ ଜମି ଚିହ୍ନଟ କରିବା, ମାଲକାନଗିରି ଜିଲ୍ଲାକୁ ମରୁଡ଼ି ଘୋଷଣା କରି କ୍ଷତିପୂରଣ ପ୍ରଦାନ କରିବା,ନରେଗା ଯୋଜନାରେ ୨୦୦ ଦିନ ର କାମ ଦେବା ସହ ଦୈନିକ ମଜୁରୀ ୬୦୦ ଟଙ୍କା କରିବା, ସମସ୍ତ ଚାଷୀଙ୍କ ଠାରୁ କ୍ଯୁଣ୍ଟାଲ ପ୍ରତି ୩ ହଜାର ଟଙ୍କା ରେ କ୍ରୟ କରିବା, ସମସ୍ତଙ୍କୁ ରେସନ କାର୍ଡ ଦେବା ଓ ୧୦ କେଜି ଚାଉଳ ମାଗଣାରେ ଯୋଗାଇ ଦେବା, ଅନାବାଦି ଓ ପତିତ ଜମିକୁ ଦଖଲ ଭିତିରେ ପଟା ପ୍ରଦାନ କରାଯାଉ ।
ଏହି ସମାବେଶରେ ଭୁପେଶ କର୍ମକାର,ଇନ୍ଦ୍ର ମୋହନ ମାଡକାମୀ,ମୁକା ମାଡକାମୀ, ପାତ୍ର ହନ୍ତାଳ, ରଘୁନାଥ ହନ୍ତାଳ ଓ ପ୍ରାୟ ୩୦୦ ରୁ ଊର୍ଦ୍ଧ୍ଵ କର୍ମ ଯୋଗ ଦେଇ ଥିଲେ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)