ମରଣାନ୍ତକ ଆକ୍ରମଣ ଘଟଣାରେ ୨ଗିରଫ ।

0 400

ଭଞ୍ଜନଗର, ୭/୧୨. ଭଞ୍ଜନଗର ଥାନା ଅନ୍ତର୍ଗତ କାଳିଆପାଲ୍ଲୀ ଗାଁର ଚଞ୍ଚଳା ନାୟକଙ୍କ ଅଭିଯୋଗ ଅନୁସାରେ ଗତ ୩ତାରିଖ ରାତି ପ୍ରାୟ ସାଢ଼େ ଦୁଇଟା ସମୟରେ ଚାକୁଣ୍ଡା ପଲି ଗ୍ରାମର ନକୁଳ ଗୌଡ଼ଙ୍କ ପୁଅ ଅଶୋକ ଗୌଡ଼ ଓ ମୋଚିରାମ ଗୌଡ଼ଙ୍କ ପୁଅ କାହ୍ନୁ ଗୌଡ଼ ଏବଂ ଚାକୁଣ୍ଡାପାଲ୍ଲି ଗ୍ରାମର ଅନ୍ୟ ୧୮ଜଣ ହନୁମାନ ମନ୍ଦିର ନିକଟରେ ଠେଙ୍ଗା ଏବଂ ଲୁହା ରଡ ଦ୍ୱାରା ତାଙ୍କ ଭାଇଙ୍କୁ ଗାଳି ଗୁଲଜ କରିବା ସହିତ ଅତି ନିର୍ମମ ଭାବରେ ଆକ୍ରମଣ କରିଥିଲେ।

ଏହି ଘଟଣାରେ ରାହୁଲ ନାୟକ ଏବଂ ତାଙ୍କ ବନ୍ଧୁ ରାହୁଲ ଦଳବେହେରା ଗୁରୁତର ଆହତ ହୋଇଥିଲେ। ରାହୁଲ ନାଏକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭଞ୍ଜାନଗର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି।
ପୁଲିସ ଆଜି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଠେଙ୍ଗା ଓ ଲୁହା ଛଡ଼ ଜବତ କରାଯାଇଛି।ଅଭିଯୁକ୍ତ ଦ୍ୱୟଙ୍କ ନାମରେ ଭଞ୍ଜନଗର ଥାନା କେସ ନଂ୧୧୨୮/୨୩.ଏକ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଭଗବାନ ପୂଜାରୀ କହିଛନ୍ତି।

ରିପୋର୍ଟ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.