ମାଲକାନଗିରି,୦୬/୧୨(ପିପିଟି): ମାଲକାନଗିରି ବସଷ୍ଟାଣ୍ଡ ଠାରେ ସମ୍ବିଧାନ ପ୍ରଣେତା ଭାରତ ରତ୍ନ ଡଃ ବାବା ସାହେବ ଭୀମ ରାଓ ଆମ୍ବେଦକରଙ୍କ ୬୭ତମ ମହାପରିନିର୍ବାଣ ଦିବସ ପାଳିତ ହୋଇଯାଇଛି।ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ ଯୋଗ ଦେଇ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ କରିଥିଲେ।ସେ କହିଲେ ଯେ , ଡ଼ଃ ବାବା ସାହେବ୍ ଆମ୍ବେଦକର ବର୍ଣ୍ଣ ବୈଷମ୍ୟ ପ୍ରଥା ବିରୁଦ୍ଧରେ ଲଢେ଼ଇ କରି ଦଳିତ ପପିତମାନଙ୍କର ତ୍ରାଣକର୍ତ୍ତା ଥିଲେ। ବିଶେଷ କରି ନାରୀ ସମାଜ ର ଉତ୍ଥାନ ଏବଂ ସମାଜର ନିମ୍ନ ବର୍ଗ ଭାବେ ନିସ୍ପେଷିତ ଅବହେଳିତ ଶୂଦ୍ର ବର୍ଗଙ୍କ ସାମାଜିକ,ଶୈକ୍ଷିକ, ଆର୍ଥିକ ଏବଂ ରାଜନୈତିକ ଅଧିକାରୀ ପାଇଁ ସଂଗ୍ରାମୀ ଜାରି ରଖିବା ସହ ସାମ୍ବିଧାନିକ ଅଧିକାର ପ୍ରଦାନ କରିଥିଲେ। ସମାଜରେ ଥିବା ଉଚ୍ଚ ନୀଚ୍ଚ ବିଦ୍ୱେଷ ଭାବକୁ ଦୂରିକରଣ କରିବା ପାଇଁ ସବୁ ମଣିଷ ସମାନ ଭଳି ପ୍ରତ୍ୟେକ ଭାରତୀୟ ନାଗରିକମାନଙ୍କୁ ଛଅ ଗୋଟି ମୌଳିକ ଅଧିକାର ପ୍ରଦାନ କରିଛନ୍ତି। ବାବାସାହେବଙ୍କ ଦ୍ବାରା ପ୍ରଣିତ ସଂବିଧାନ ବିଶ୍ବର ସର୍ବ ବୃହତ ସଂବିଧାନ,ଯାହା କି ପ୍ରତ୍ୟେକ ମାନବ ଜାତିର କଲ୍ୟାଣ ଓ ବିକାଶ ଲାଗି ଅଭିହିତ। ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ଆଇନଜୀବୀ ଭୂଦେବ ମହାନନ୍ଦିଆ,ସମାଜସେବୀ କେ ଦେଶୀ ରାଜୁ ଆଚାରୀ, ଆଇନଜୀବୀ ଉମାଶଙ୍କର ନାୟକ,ଲକ୍ଷ୍ମଣ ଚନ୍ଦ୍ର ଘରାମୀ, ଜାରାଶବର ମାଡି, ସୋନୁ ଅନୁଗ ପ୍ରମୁଖ ଆମ୍ବେଦକରଙ୍କ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)