ବାତ୍ୟା ମିଗଜୋମ ବର୍ଷା ଯୋଗୁଁ ପାଚିଲା ଧାନ ଫସଲ ନଷ୍ଟ ଆଶଙ୍କା ।

0 324

ବୋଲଗଡ଼ ,୦୬/୧୨ (ପିପିଟି): ବାତ୍ୟା ମିଗଜୋମ ଲଗାଣ ବର୍ଷା ଯୋଗୁଁ ବୋଲଗଡ ବ୍ଲକ ଅଞ୍ଚଳରେ ପାଚିଲା ଧାନ ଫସଲ ନଷ୍ଟ ଆଶଙ୍କା ଦେଖାଦେଇଛି। ବୁଧବାର ସକାଳେ ୮ ରୁ ରାତ୍ରୀ ପର୍ଯ୍ୟନ୍ତ ମଧ୍ୟମ ଧରଣର ବର୍ଷା ଲାଗି ରହିଥିବାରୁ ଧାନ ଚାଷୀ ମାନଙ୍କ ଚିନ୍ତା ବଢ଼ିଯାଇଛି। ଚଳିତ ବର୍ଷ ବିଳମ୍ବ ମୌସୁମୀ, କମ୍ ବର୍ଷା,ସଠିକ୍ ସମୟରେ ବୃଷ୍ଟିପାତ ନ ହେବା ସ୍ୱତେ କଷ୍ଟ ମଷ୍ଟେ ଧାନ ରୂଆ ପୋତା ଓ ବେଉଷଣ କାମ ସରିବା ପରେ ଧାନ ଥୋଡ ସମୟରେ ଧାନ ଫସଲ ପାଇଁ ସଠିକ୍ ପାଣି ନ ହେବା ଫଳରେ ପୋଖରୀ , କୂଅରୁ ଓ ଛୋଟ ନଈରୁ ପାଣି ମଟରରେ ପାଣି ଦେଇ ଧାନ ଚାଷ ବଞ୍ଚିବା ପାଇଁ ଚାଷୀ ଆପ୍ରାଣ ଚେଷ୍ଟା କରିଥିଲେ ମଧ୍ୟ ବାତ୍ୟା ଜନିତ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି।କିଛି ଚାଷୀ ଧାନ ଚାଷ ଜମିର ଫସଲ ସାଇତି ରଖିଥିବା ବେଳେ ବାକି ଅନେକ ଚାଷୀଙ୍କ ବିଲରେ ପଡ଼ିଥିବା ପାଚିଲା ଧାନ ଫସଲ ଓଦା ହୋଇ ପଡ଼ି ରହିଛି ।ଫଳର ପାଚିଲା ଧାନ ଫସଲ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି। ଚଳିତ ବର୍ଷ ବୋଲଗଡ ବ୍ଲକ ଅଞ୍ଚଳର ଧାନ ଚାଷୀ ମାନେ ସଂଚିତ୍ ଅର୍ଥ ସହିତ ଋଣ କରି ବହୁ ଅର୍ଥ ଖର୍ଚ୍ଚ କରିଥିବା ବେଳେ ଲଗାଣ ବର୍ଷା ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି।ଏଥି ପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଦାବି କରାଯାଇଛି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.