କେଉଁ ସୁନ୍ଦରୀ ରୂପରେ
ବିମଗ୍ଧ ପରପୁରୁଷ
ଆଖି ତା’ର ଅମାନିଆ
ତୀର ପରି ତୀକ୍ଷ୍ମ ଦୃଷ୍ଟି
ସେହି ଅଲକ୍ଷ୍ୟକୁ/ସେହି ଅଗମ୍ୟକୁ
ବାର ବାର ଲକ୍ଷ୍ୟ ଭେଦିବାର
ଦୁର୍ବାର ପ୍ରୟାସ…!!
ସୁନ୍ଦରୀକୁ ଆପଣାଇବା କୁ
ନବ ନବ ଭାବନା
ନିତ୍ୟ ନୂତନ କୌଶଳରେ
ମଗ୍ନ – ମାନସ
ମନ୍ଦ ମନ୍ଦ ହସ/ରସରେ
ଉଦବୁଦ୍ଧ ପରପୁରୁଷ….
ନିକଟତର ହେବା ପାଇଁ
ପ୍ରତି ମୁହୂର୍ତ୍ତେ ଉଦ୍ୟମ ରତ….!!
ଏଇ ବାଟେ
ଅଯଥା ଆଉ ବିନା କାରଣରେ
ଗତିଶୀଳ ପରପୁରୁଷ…..
ସୁନ୍ଦରୀ ତରୁଣୀକୁ ଦେଖି
ମନ୍ତ୍ର ମୁଗ୍ଧ ସେ
ନମ୍ର ବିନମ୍ର/କେତେ କେତେ
ଅଭିନୟ କରି କ୍ଳାନ୍ତ….!!
ପ୍ରେମ ଫାଶରେ ପକାଇବା ପାଇଁ
ଶତ ଚେଷ୍ଟିତ ପରପୁରୁଷ
ଯିଏ ସେହି ମାୟା ଜାଲରେ
ପଡ଼ିଲା/ସେ ବୁଝିବ
ପରପୁରୁଷର ପ୍ରେମ କେତେ ମିଠା
ଆଉ କେତେ ଅଶ୍ରୁ ସ୍ନାତ
ଜଳି ଯାଉଥିବା ଫୁଲ ଉଦ୍ୟାନର
ବେଦନା ଭରି
କରୁଣ ଆର୍ତ୍ତନାଦ….!!
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭
Prev Post