ଗୋଵରାରେ ଗୋଷ୍ଟାଷ୍ଟମୀ ଉତ୍ସଵ ପାଳନ ।

0 264

ବେଲଗୁଣ୍ଠା, ୨୦/୧୧(ପିପିଟି):ଗୋଵରା ବୈକୁଣ୍ଠନାଥ ମନ୍ଦିର ପରିସରରେ କଳକୀରାମ କ୍ଷେତ ଯନ୍ତ୍ରୀକରଣ ସମବାୟ ସମିତି ଲି, ଓ ପଞ୍ଚଜନ୍ୟ ପାଣ୍ଠି ଆନୁକୁଲ୍ୟରେ ଗୋଷ୍ଟାଷ୍ଟମୀ ମହାସମାରୋହରେ ଆୟୋଜିତ ହୋଇଯାଇଛି I ଏହି ଉତ୍ସବକୁ ଭଂଜନଗର କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡକ୍ଟର ସିଦ୍ଧାର୍ଥ ରଣଵିଜୁଳି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଗୋଵରା ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ ସଭାପତି ଗୋପାଳ ଚନ୍ଦ୍ର ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ଭଂଜନଗର କୃଷି ବିଜ୍ଞାନ କେନ୍ଦ୍ରର ଵୈଜ୍ଞାନିକ ଡକ୍ଟର ଅନୀତା ପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ଗାଙ୍ଗପୁର ପ୍ରାଣୀ ଚିକିତ୍ସକ ଡକ୍ଟର ଅବିନାଶ ସାହୁ, ବିଶ୍ବହିନ୍ଦୁ ପରିଷଦର ଗୋ ସୁରକ୍ଷା ସଭାପତି ଡକ୍ଟର ସୂର୍ଯ୍ୟ ରାଉତ, ସମାଜସେବୀ ଵିଜୟ କୁମାର ବେହେରା, ତ୍ରିଲୋଚନ ବିଷୋୟୀ ,ସମିତିସଭ୍ୟ କୁଞ୍ଜ ବିହାରୀ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗୋଷ୍ଟାଷ୍ଟମୀ ଉତ୍ସଵ ପାଳନର ମହତ୍ତ୍ୱ ବିଷୟରେ ଗଭୀର ଆଲୋକପାତ କରିଥିଲେ । ଏହି ଅବସରରେ ଗୋଵରା ଅଞ୍ଚଳର ଗୋପାଳକ ରମେଶ ଗୌଡ଼ ,ଧୋବା ଗୌଡ଼ ଏବଂ ବିକ୍ରମ ଗୌଡ଼ଙ୍କୁ ମୁଖ୍ୟ ଅତିଥି ଉପଢୌକନ ଓ ମେଡାଲ ପ୍ରଦାନ ପୂର୍ବକ ସମ୍ମାନୀତ କରିଥିଲେ । ଶେଷରେ ଖଲି ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ନାରାୟଣ ସ୍ଵାଇଁ, ରାମଚନ୍ଦ୍ର ଵିଶ୍ବାଳ, ବିଷ୍ଣୁ ଚରଣ ବେହେରା, ଦିଲିପ କୁମାର ଜେନା,ଵିମଳ ବିଶ୍ବାଳ, ରତ୍ନାକର ପଣ୍ଡା,ସୁଶାନ୍ତ କୁମାର ଲେଙ୍କା, ବ୍ରଜଵନ୍ଧୁ ବିଷୋୟୀ ପ୍ରମୁଖ ସହଯୋଗ କରିଥିଲେ ।

ରିପୋର୍ଟ୍ -ସୁଶାନ୍ତକୁମାର ବେହେରା

Leave A Reply

Your email address will not be published.