ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ପୋଲସରାରେ ପ୍ରାକ ପ୍ରସ୍ତୁତି ବୈଠକ ।

0 275

ପୋଲସରା ,୧୯/୧୧(ପିପିଟି): ଆସନ୍ତା ୨୦୨୪ ଜାନୁଆରୀ ମାସ ୨୨ ତାରିଖ ପବିତ୍ର ସୋମବାର ଦିନ ବହୁ ପ୍ରତିକ୍ଷୀତ ଉତ୍ତରପ୍ରଦେଶ ଅଯୋଧ୍ୟା ରେ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଚନ୍ଦ୍ର ଙ୍କ ଭବ୍ୟ ରାମ ମନ୍ଦିରର ହେବାକୁ ଥିବା ପ୍ରତିଷ୍ଠା ଉର୍ତ୍ସବକୁ ସ୍ୱରଣୀୟ କରିବାକୁ ନେଇ ପୋଲସରା ସ୍ଥିତ ସରସ୍ବତୀ ଶିଶୁଵିଦ୍ୟା ମନ୍ଦିର ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକ ରେ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ୍ୟଦେଇ ଏହି ଗୌରବମୟ ମନ୍ଦିର ପ୍ରତିଷ୍ଠା ଉର୍ତ୍ସବକୁ ନେଇ ଆଲୋଚନା କରିଥିଲେ l ପୋଲସରା ଏନ. ଏ. ସି. ସମେତ ପୋଲସରା ବ୍ଲକର ସମସ୍ତ ପାଞ୍ଚୟତ ରେ କିପରି ଭାବରେ ପାଳନ କରାଯିବ ସେଥିର ରୂପରେଖ ପ୍ରସ୍ତୁତ କରିଥିଲେ l ବୈଠକ ରେ ଆଗାମୀ ଦିନରେ ସମସ୍ତ ପାଞ୍ଚୟତ ର ଲୋକଙ୍କୁ ସାମିଲ କରାଯାଇ ଏକ ପୂର୍ଣ୍ଣାଙ୍ଗ କମିଟି କରାଯାଇ କାର୍ଯ୍ୟକ୍ରର ଚୂଡାନ୍ତ ପ୍ରସ୍ତୁତି କରାଯିବାକୁ ନିଷ୍ପତି ନିଆଯାଇଛି l ବୈଠକରେ ମୃତୁଞ୍ଜୟ ପଟ୍ଟନାୟକ, ମନୋଜ ସାହୁ, ଶିବରାମ ଜେନା, ନାରାୟଣ ସାହୁ, ହୃଷିକେଶ ସାହୁ, କୃଷ୍ଣଚନ୍ଦ୍ର ଦୀକ୍ଷିତ, ରୋହିତ ଜେନା, ଦଧିବାମନ ନାହାକ, ସିମାଞ୍ଚଳ ସାହୁ, କୃଷ୍ଣ ଚରଣ ପଟ୍ଟନାୟକ, ବୁଲୁ ବେହେରା, ବିଜୁଳି ଗୌଡ଼, ବଳରାମ ସାହୁ, ସନ୍ତୋଷ କୁମାର ପଣ୍ଡା, କାମଦେବ ପ୍ରଧାନ, କୃଷଚନ୍ଦ୍ର ପ୍ରଧାନ, ସୁକାନ୍ତି ସାହୁ ପ୍ରମୁଖ ଉପସ୍ଥିତି ଥିଲେ l

ରିପୋର୍ଟ୍ -ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.