ଅବହେଳିତ ବୃହତ୍ତର ଉଷ୍ଣପ୍ରସ୍ରବଣ, ବିକାଶ ପାଇଁ ସାଧାରଣରେ ଦାବୀ।

0 357

ବୋଲଗଡ଼,୧୮/୧୧(ପିପିଟି):ଓଡିଶାର ଅନେକ ଗୁଡ଼ିଏ ପର୍ଯ୍ୟଟନ ସ୍ଥାନ ଅଛି ଯାହାକି ସରକାରୀ ମାନ୍ୟତା ପାଇଥିଲେ ମଧ୍ୟ ଅବ ହେଳିତ ସେଥି ମଧ୍ୟରୁ ଏଭଳି ଏକ ସ୍ଥାନ ଅଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଠାରୁ ୧୫କି ମି ଏବଂ ନୟାଗଡ଼ ଜିଲ୍ଲାର ଭାପୁର ବ୍ଲକ ଅନ୍ତର୍ଗତ ଗୋଳାପୋଖରି ପଞ୍ଚାୟତର ତରବାଲୋ ନିକଟସ୍ଥ ନୀଳକଣ୍ଠ ପ୍ରସାଦ ମୌଜାରେ ସରକାରୀ ମାନ୍ୟତା ପାଇଥିବା ଓଡିଶାର ଦ୍ୱିତୀୟ ସର୍ବବୃହତ ଉଷ୍ମପ୍ରସ୍ରବଣ ଅବସ୍ଥିତ। ଯାହାକି ଆଠ ରୁ ନଅ ଏକର ଜାଗାବ୍ୟାପି ରହିଅଛି।ଯାହା କି ଏହି ସର୍ବବୃହତ ଉଷ୍ମ ପ୍ରସ୍ରବଣ ରକ୍ଷଣାବେକ୍ଷଣ ଅଭାବରୁ ଅବହେଳିତ ଅବସ୍ଥାରେ ପଡିରହିଛି। ଯାହାକି ବର୍ତ୍ତମାନ ଭିତ୍ତିଭୂମି ହରାଇ ବସିଛି। ଏଠାରେ କୌଣସି ମୌଳିକ ସୁବିଧା ନଥିବାରୁ ପର୍ଯ୍ୟଟକମାନେ ଆସିବାର ଦେଖିବାକୁ ମିଳୁନାହିଁ। ଏହି ଉଷ୍ମପ୍ରସ୍ରବଣ କିପରି ବିକାଶ ଓ ରକ୍ଷଣାବେକ୍ଷଣ ହୋଇପାରିବ ତାହା ସାଧାରଣରେ ଦାବି ହୋଇଛି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.