ଭଞ୍ଜନଗର ୟୁଜେଏ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳନ ।

0 279

ଭଞ୍ଜନଗର, ୧୬/୧୧(ପିପିଟି): ଉତ୍କକ ସାମ୍ବାଦିକ ସଂଘ ଭଞ୍ଜନଗର ଶାଖା ପକ୍ଷରୁ ଆଜି ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଛି।ଡିଜିଟାଲ ଯୁଗରେ ଗଣମାଧ୍ୟମର ଭୂମିକା ବିଷୟବସ୍ତୁକୁ ନେଇ ଆୟୋଜିତ ଏକ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ, ସମ୍ମାନିତ ଅତିଥି ଭାବେ ଏସଡ଼ିଏମଓ ସୀତାଂଶୁ ଶେଖର ଶତପଥୀ, ଆରଟିଓ ଶୁଭେନ୍ଦୁ ରାୟ, ତହସିଲଦାର ଉମା ଶଙ୍କର ବେହେରା, ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର,ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା, ୟୁଜେଏ ଜିଲ୍ଲା ସଭାପତି ଅନୀଲ କୁମାର ପଟ୍ଟନାୟକ, ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ର,ପ୍ରାକ୍ତନ ଅଧ୍ୟକ୍ଷ କୃତ୍ତିବାସ ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଶୂଳପାଣି ଶତପଥୀ,ଅନୁପମ ବାନାର୍ଜୀ ଯୋଗ ଦେଇଥିଲେ।ୟୁଜେଏର ଅନ୍ୟତମ ଜିଲ୍ଲା ସମ୍ପାଦକ ଜୟକୃଷ୍ଣ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ।ସାମ୍ବାଦିକ ମାନେ ୧୯୯୯ର ମହାବାତ୍ୟା ଠାରୁ କରୋନା ମହାମାରୀ ଭଳି ବିପର୍ଯ୍ୟୟ ସମୟରେ ଘରେ ନରହି ଅହରହ ଖବର ପରିବେଷଣ କରି ଲୋକଙ୍କୁ ସୁରକ୍ଷା ଯୋଗାଇ ଦେଇ ଆସିଛନ୍ତି।ହେଲେ ଆଜିର ଡିଜିଟାଲ ଯୁଗରେ ଖବର ସଂଗ୍ରହ ଠାରୁ ପରିବେଷଣ କ୍ଷେତ୍ରରେ ବହୁକିଛି ପରିବର୍ତ୍ତନ ଘଟିଛି।ତେଣୁ ସମୟ ସହ ତାଳ ଦେଇ ସଠିକ ଖବର ହିଁ ସମାଜକୁ ନୂତନ ଦିଗ ଦର୍ଶନ ଦେଇଥାଏ।ଏଥିପ୍ରତି ଗଣ ମାଧ୍ୟମ ପ୍ରତିନିଧିମାନେ ସଜାଗ ରହିବା ପାଇଁ ଅତିଥିମାନେ କହିଥିଲେ।ଏହି ଅବସରରେ ୟୁଜେଏ ପକ୍ଷରୁ ସମସ୍ତ ସାମ୍ବାଦିକ ମାନଙ୍କୁ ସମ୍ମାନିତ କରାଯାଇଥିଲା।ଏଥିରେ ୟୁଜେଏ ଭଞ୍ଜନଗରର ସଭାପତି ଅମରେନ୍ଦ୍ର ପଟ୍ଟନାୟକ, ଉପ ସଭାପତି ଭବାନୀ ଶଙ୍କର ପାଳ, ସମ୍ପାଦକ ରାଜେଶ କୁମାର ପଣ୍ଡା, ସହ ସମ୍ପାଦକ ମନୋଜ ଗୌଡ଼, ସଂଯୋଜକ ଧନଞ୍ଜୟ ପଟ୍ଟନାୟକ ଓ ସଂଘର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।କୋଷାଧ୍ୟକ୍ଷ ଅରକ୍ଷିତ ପରିଛା ସଭା ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.